’ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ’

ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଭାରତୀୟ ସେନା ଓ ଏୟାରଫୋର୍ସ ସମସ୍ତ ପ୍ରସ୍ତୁତ ଅଛନ୍ତି ।

Baijayant Panda

News Summary

ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା

ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ପାଇଁ ଚାହୁଁଥିଲା

ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାରୁ ସେମାନେ ସଫଳ ହେଉଛନ୍ତି

ଏହା ପୁରା ବିଶ୍ୱ ଉପରେ ପ୍ରଭାବ ପକାଇବ

ଭୁବନେଶ୍ୱର : ଆତଙ୍କବାଦୀଙ୍କୁ ସମର୍ଥନ କରି ବହୁତ ବର୍ଷ ହେଲା ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିଲା ପାକିସ୍ତାନ । ଆମେରିକାର ସୈନ୍ୟ ପ୍ରତ୍ୟାହାର କରିବା ଓ ତାଲିବାନ କାବୁଲ କବଜା କରିବା ପରେ ସେମାନଙ୍କ ଇଚ୍ଛା ପୂରଣ ହୋଇଛି । ହେଲେ ତାଲିବାନୀ ହାତକୁ ଆଫଗାନିସ୍ତାନର କ୍ଷମତା ଯିବା ପରେ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି । ଆଫଗାନିସ୍ତାନର ଦୟନୀୟ ସ୍ଥିତିକୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଭାରତୀୟ ସେନା ଓ ଏୟାରଫୋର୍ସ ସମସ୍ତ ପ୍ରସ୍ତୁତ ଅଛନ୍ତି ।

ବୈଜୟନ୍ତ ଆହୁରି କହିଛନ୍ତି, ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଆଶ୍ରୟ ଦେବା ନେଇ ନୂଆଦିଲ୍ଲୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏପରିକି କାବୁଲରୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗୁରୁଗ୍ରନ୍ଥ ସାହିବକୁ ଭାରତକୁ ଅଣାଯାଇଛି । ଭାତର ଇତିହାସରେ ଏପରି ଅନେକ ଥର ହୋଇଥିଲା । ବିପଦରେ ପଡ଼ିଥିବା ଲୋକଙ୍କୁ ଭାତର ସବୁବେଳେ ଶରଣ ଦେଇଛି ।

ଏଭଳି ସ୍ଥିତି ପାଇଁ ଦୁଇ ବର୍ଷ ତଳେ ସିଏଏ ଆଇନ୍ ଲାଗୁ ହୋଇଥିଲା । ଏହାକୁ ସେତେବେଳ କିଛି ଲୋକ ବିରୋଧ କରିଥିଲା ଏବେ ସେମାନେ କହୁଛନ୍ତି ସଂଖ୍ୟାଲଘୁଙ୍କୁ ଆଣି ଦେଶରେ ଆଶ୍ରୟ ଦିଆଯାଉ । କିଛି ବ୍ୟକ୍ତି ରାଜନୈତିକ ଦୃଷ୍ଟିକୋଣରୁ ଦେଶର ହିତ ବିରୋଧରେ ଯାଆନ୍ତି ଏବଂ କୁହନ୍ତି । ତେଣୁ ଏଭଳି କରିବା ଠିକ୍ ନୁହଁ । ଏକାଠି ରହିଲେ, କେହି ଦେଶକୁ ପ୍ରବେଶ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ସେପଟେ କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର । ଆମ ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇସାରିଲେଣି । ଦୁଇ ଦିନ ତଳେ ଦିନକରେ ୧ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା, ଏହା ଏକ ମାଇଲ ଖୁଣ୍ଟ । ଆମେରିକା ଭଳି ବିକଶିତ ଦେଶ କୋଭିଡ ଟିକାକରଣରେ ଯେଭଳି ସ୍ଥିତିରେ ଅଛନ୍ତି ଆମେ ବି ସେହି ସ୍ଥିତିରୁ ଅଛୁ । ଏତେ କମ୍ ସମୟରେ ଦେଶରେ ଟିକାର ବିକାଶ ହେବା ଆମ ପାଇଁ ଗର୍ବର କଥା ।