Advertisment

ଡାକ୍ତର ମହିଳାଙ୍କ ପେଟରେ ଛାଡିଦେଲେ ପିଲାର କିଛି ଅଂଶ

ମା ଏମିତି ଏକ ଶବ୍ଦ, ଯେଉଁଥିରେ ଭରି ରହିଛି ଦୁନିଆର ସବୁ ମିଠାପଣ। ତେଣୁ ପ୍ରତ୍ୟେକ ନାରୀ ମା’ ହେବାକୁ ଏକ ଆଶୀର୍ବାଦ ବୋଲି ଭାବନ୍ତି। ଯେତେବେଳେ ସେ ସମୟ ପଳେଇଆସେ, ନାରୀଟିଏ ଯେତେବେଳେ ଗର୍ଭବତୀ ହୁଏ ସେ ତା’ର ଭବିଷ୍ୟତର ସନ୍ତାନକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିବସେ। ମନେ ମନେ ଭାବେ ସେ ଯେତେବେଳେ ପ୍ରଥମ ଥର ପାଇଁ ନିଜ ସନ୍ତାନକୁ କୋଳରେ ଧରିବ ସେ ଅପୂର୍ବ ଆନନ୍ଦ କିଭଳି ଲାଗିବ।

Baby remains left inside woman womb

Baby remains left inside woman womb

Advertisment

ମା ଏମିତି ଏକ ଶବ୍ଦ, ଯେଉଁଥିରେ ଭରି ରହିଛି ଦୁନିଆର ସବୁ ମିଠାପଣ। ତେଣୁ ପ୍ରତ୍ୟେକ ନାରୀ ମା’ ହେବାକୁ ଏକ ଆଶୀର୍ବାଦ ବୋଲି ଭାବନ୍ତି। ଯେତେବେଳେ ସେ ସମୟ ପଳେଇଆସେ, ନାରୀଟିଏ ଯେତେବେଳେ ଗର୍ଭବତୀ ହୁଏ ସେ ତା’ର ଭବିଷ୍ୟତର ସନ୍ତାନକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିବସେ। ମନେ ମନେ ଭାବେ ସେ ଯେତେବେଳେ ପ୍ରଥମ ଥର ପାଇଁ ନିଜ ସନ୍ତାନକୁ କୋଳରେ ଧରିବ ସେ ଅପୂର୍ବ ଆନନ୍ଦ କିଭଳି ଲାଗିବ।

Advertisment

ଗର୍ଭସ୍ଥ ସମୟରେ ଅନେକ ସମସ୍ୟା ମଧ୍ୟ ସାମ୍ନାକୁ ଆସିଥାଏ। ଜଣେ ମହିଳାକୁ ଅନେକ ଯନ୍ତ୍ରଣାର ବାଟ ଦେଇ ଯିବାକୁ ହୋଇଥାଏ। ଏହିସବୁ ଦିଗରେ ଟିକିଏ ଅସାବଧାନତା ବେଳେ ବେଳେ ଗର୍ଭରେ ହିଁ ଶିଶୁଟିର ଜୀବନ ଦୀପକୁ ଲିଭେଇଦିଏ। ଏହି ଗର୍ଭପାତ ନାରୀ ଜୀନବରେ ପାଲଟିଯାଏ ଅଭିଶାପ। ସେ ଏହାକୁ ଝୁରି ଝୁରି ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ହେବାକୁ ଲାଗେ।

Baby remains left inside woman wombଡାକ୍ତର ମହିଳାଙ୍କ ପେଟରେ ଛାଡିଦେଲେ ପିଲାର କିଛି ଅଂଶ

ବର୍ତ୍ତମାନ ଇଂଲଣ୍ଡର ଜଣେ ମହିଳାଙ୍କ ଗର୍ଭପାତ ଖବର ଚର୍ଚ୍ଚାରେ ରହିଛି। ଏହାର କାରଣ ହେଉଛି ପ୍ରଥମେ ସେହି ମହିଳାଙ୍କୁ ଗର୍ଭପାତର ଦୁଃଖ ଭୋଗିବାକୁ ପଡିଲା, ତା’ ପରେ ମଧ୍ୟ ଡାକ୍ତରଙ୍କ ଭୁଲ୍ ଯୋଗୁଁ ୭ ମାସ ପର୍ଯ୍ୟନ୍ତ ମହିଳାଙ୍କୁ ଭୟଙ୍କର ଶାରୀରିକ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ହେଲା। କାରଣ ତାଙ୍କ ପେଟରେ ସେହି ପିଲାର କିଛି ଅଂଶ ରହିଯାଇଥିଲା, ଯାହା ତାଙ୍କ ପେଟ ଯନ୍ତ୍ରଣାର କାରଣ ସାଜିଥିଲା।

Advertisment

ଇଂଲଣ୍ଡରେ ବର୍ସଲମରେ ରହୁଥିବା ୩୮ ବର୍ଷୀୟ ଏରିକା ବର୍ତ୍ତମାନ ୪ଟି ପିଲାର ମା। ସେ ତାଙ୍କର ୫ମ ଶିଶୁକୁ ଜନ୍ମଦେବାର ଥିଲା। ମାର୍ଚ୍ଚରେ ସେ ଯେତେବେଳେ ୧୨ ସପ୍ତାହର ସ୍କାନ୍‌ କରିବା ନେଇ ଡାକ୍ତରଖାନା ଯାଇଥିଲେ ତାଙ୍କୁ ଜଣାପଡିଥିଲା ଯେ ତାଙ୍କର ଗର୍ଭପାତ ହୋଇଛି। ପେଟରେ ତାଙ୍କ ପିଲାର ମୃତ୍ୟୁ ହୋଇଛି। ସେହି ସମୟରେ ତାଙ୍କର ଖୁବ୍ ରକ୍ତସ୍ରାବ ମଧ୍ୟ ହଉଥିଲା। ଡାକ୍ତର ମଧ୍ୟ ତାଙ୍କ ଶରୀରରେ ରକ୍ତ ଦେଇଥିଲେ। ସେହି ରାତିରେ ତାଙ୍କ ଶରୀରରୁ ଭୃଣ ନିଷ୍କାସନ କରାଯାଇଥିଲା।

Advertisment

ଏହି ଘଟଣାର କିଛି ମାସ ଯିବା ପରେ ସେହି ମହିଳା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। କଷ୍ଟ ଏତେ ଭୟଙ୍କର ଥିଲା ଯେ ସେ ଏହାକୁ ସହିପାରୁ ନ ଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ତାଙ୍କର ଭୃଣ ନିଷ୍କାସନ କରାଯାଇଥିଲା। ଏଠାରେ ଡାକ୍ତର ଚେକ୍‌ଅପ୍ କରି କହିଥିଲେ ଯେ ଏବେବି ତାଙ୍କ ଶରୀରରେ ଭୃଣର କିଛି ଅଂଶ ରହିଯାଇଛି ଯେଉଁ କାରଣରୁ ଯନ୍ତ୍ରଣା ହେଉଛି।

ଏହି ଖବର ସାମ୍ନାକୁ ଆସିବା ପରେ ଏରିକା ଡାକ୍ତରଖାନା ପ୍ରଶାସନକୁ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଡାକ୍ତରଖାନାରେ ଏତେ ବଡ ଭୁଲ୍ କିପରି ହେଲା। ପୂରା ଘଟଣାକୁ ନେଇ ଏରିକା କହିଛନ୍ତି ଯେ “ମତେ ଲାଗିଲା ଯେ କୌଣସି ପ୍ରକାର ଇନ୍‌ଫେକ୍ସନ ହୋଇଛି ବୋଲି। ମୋ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ମୁଁ ଭାରି ଅସୁସ୍ଥ ଅନୁଭବ କରୁଥିଲି। ଏନେଇ ମୁଁ ୟୁରିନ୍ ଟେଷ୍ଟ୍ କରିଥିଲେ ବି ସେଥିରେ କିଛି ବାହାରି ନ ଥିଲା। ଏହି ସମୟ ଭିତରେ ମୋ ଯନ୍ତ୍ରଣା ଏତେ ଅଧିକ ହୋଇଗଲା ଯେ ମୁଁ ବିଛଣାରୁ ବି ଉଠିପାରିଲି ନାହିଁ। ଏହା ଭିତରେ ମୁଁ ୧୪ ଦିନରେ ୩ ଥର ଡାକ୍ତରଖାନା ଯାଇଥିଲି, କିନ୍ତୁ ଡାକ୍ତର କିଛି ବି ବୁଝିପାରି ନ ଥିଲେ।”

ଯେତେବେଳେ ଡାକ୍ତର ସ୍କାନ୍‌ କଲେ ସେତେବେଳେ ଦେଖାଗଲା ଯେ ମାର୍ଚ୍ଚରେ ହୋଇଥିବା ଭୃଣ ନିଷ୍କାସନରୁ କିଛି ଅଂଶ ତାଙ୍କ ପେଟରେ ରହିଯାଇଥିଲା ବୋଲି ସେ କହିଛନ୍ତି। ଏହି କାରଣରୁ ଏରିକାଙ୍କୁ କିହୋଲ ସର୍ଜରୀ କରିବାକୁ ପଡିଲା। ଏହାରି ମାଧ୍ୟମରେ ଶରୀରରେ ରହିଯାଇଥିବା ପିଲାର ବାକି ଅଂଶକୁ କାଢିବାକୁ ପଡିଲା। ଘଟଣା ପରେ ଏରିକା ଡାକ୍ତରଖାନା ବିରୁଧରେ ପ୍ରଶାସନ ପାଖରେ ଅଭିଯୋଗ କରିବାରୁ ଡାକ୍ତରଖାନା ତରଫରୁ ତାଙ୍କୁ କ୍ଷମା ମଗାଯାଇଛି।

Woman Pregnant Woman Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ