Advertisment

ହୃଦୟ ଜିତୁଛି କୁନି ପୁଅର ଭିଡିଓ

ଦୁନିଆରେ ଛୋଟ ପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗେ। ସେମାନଙ୍କ ସରଳ ହସ ସବୁ ଦୁଃଖ ପୋଛିଦିଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ହୃଦୟ ଆପେ ଆପେ ପ୍ରଫୁଲ୍ଲିତ ହୋଇଯିବ।

ଅଦ୍ୟତନ ହୋଇଛି
Baby give lovely smile after eating icecream

Baby give lovely smile after eating icecream

Advertisment

ଛୋଟ ପିଲାଙ୍କ ନଖରାମୀ କାହାକୁ ବା ପସନ୍ଦ ନ ଆସେ। ବେଳେ ବେଳେ ପିଲାମାନେ ଏମିତି ଚପଳାମୀ ଦେଖାନ୍ତି ଯେ ଯାହାକୁ ଦେଖି ବଡ ଲୋକେ କୁରୁଳି ଉଠନ୍ତି। ଆଜିକାଲି ସୋସିଆଲ୍ ମିଡିଆରେ ଏଭଳି ଅନେକ ଭିଡିଓ ପୋଷ୍ଟ ହେଉଛି ଯାହାକୁ ଦେଖିଲେ ସବୁ ବିଶାଦ ଓ ଅବସାଦ ନିମିଷକେ ମାଟିରେ ମିଶିଯାଏ। ଏହି ଭିଡିଓଗୁଡିକ ଏତେ ହୃଦୟସ୍ପର୍ଶୀ ହୋଇଥାଏ ଯେ ଯାହାକୁ ବାରମ୍ବାର ଦେଖିବାକୁ ଇଛାହୁଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି। କୁନି ପୁଅର ଏହି ଭିଡିଓକୁ ଲୋକେ ଏତେ ପସନ୍ଦ କରୁଛନ୍ତି ଯେ ସେମାନେ ଏହାକୁ ଶେୟାର କରିବାକୁ ଭୁଲୁ ନାହାନ୍ତି।

Advertisment
Baby give lovely smile after eating icecreamହୃଦୟ ଜିତୁଛି କୁନି ପୁଅର ଭିଡିଓ

ସୋସିଆଲ୍ ମିଡିରେ ଖୁବ୍ ଜୋରରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଏକ କୌତୁକିଆ କୁନି ପୁଅଟେ ମା’ର କାଖରେ ରହିଛି ଓ ଆଇସ୍‌କ୍ରିମ୍ ଖାଉଛି। କିନ୍ତୁ ଏହି ସମୟରେ ସେ ଯେଉଁ ଚପଳାମୀ ଦେଖଉଛି ତାହାକୁ ଦେଖି ଯେ କେହିବି ଉତ୍‌ଫୁଲ୍ଲିତ ହୋଇଉଠିବ। ମା’ର କାଖରେ ଏହି କୁନି ପୁଅଟି ଆଇସ୍‌କ୍ରିମ୍ ଖାଉଥିବା ବେଳେ ଏମିତି ନିରୋଳା ହସ ହସୁଛି ଯେ ଯାହା ବାସ୍ତବରେ ମନଛୁଆଁ। ଏହି ଭିଡିଓରେ ଏଯାଏ ହଜାର୍ ହଜାର୍ ଲାଇକ୍ ସହିତ କମେଣ୍ଟ ମଧ୍ୟ ଆସିସାରିଲାଣି।

Advertisment

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଜୋର୍‌ ଲୋକପ୍ରିୟ ହେବାରେ ଲାଗିଛି। ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ସେମାନଙ୍କ ନିଜ ନିଜ ଶୈଳୀରେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଜଣେ ଉପଭୋକ୍ତା ଏହାକୁ ପସନ୍ଦ କରିବା ସହିତ ଏହି ଭିଡିଓଟି ଚମତ୍କାର ହୋଇଥିବା କହିଛନ୍ତି ଓ କୁନି ପୁଅର ଏହି ନିଆରା ହସ ଯିଏ ବି ଦେଖିବ ସିଏ ତା ପ୍ରେମରେ ପଡିଯିବ ବୋଲି କହିଛନ୍ତି। ସେହିଭଳି ଆଉ ଜଣେ ବ୍ୟକ୍ତି କମେଣ୍ଟ ଦେଇ ଲେଖିଛନ୍ତି ଯେ ପିଲାଟି ବହୁତ କୌତୁକିଆ ହୋଇଛି, ମୋର ଏ ପିଲାଟି ପ୍ରତି ପ୍ରେମ ହୋଇଗଲାଣି। ଏହାଛଡା ଏହି ଭିଡିଓ ଉପରେ ଅନ୍ୟମାନେ ମଧ୍ୟ ମନଛୁଆଁ କମେଣ୍ଟ ଦେଇଛନ୍ତି।

Advertisment

ଏହି ମନଛୁଆଁ ଭିଡିଓକୁ ଟିକ୍‌ଟକ୍‌ର kids Addiction ପେଜ୍‌ରେ ଦେଖିବାକୁ ମିଳେ। ଏହି ଭିଡିଓ ମାତ୍ର ୨୭ ସେକେଣ୍ଡର ହୋଇଥିଲେ ବି ଏହା ଲକ୍ଷାଧିକ ଲୋକଙ୍କୁ କିମିଆ କରିଛି। ଲକ୍ଷ ଲକ୍ଷ ଲୋକକ ହୃଦୟ କିଣିଛି। ଏହି ଭାଇରାଲ୍ ଭିଡିଓକୁ ନେଇ ଖବର ଲେଖାହେବା ବେଳକୁ ଚାରି ଲକ୍ଷରୁ ଅଧିକ ଲୋକେ ଦେଖି ସାରିଥିଲେ। ସୋସିଆଲ ମିଡିଆରେ ଯେବେ ବି କୌଣସି ଛୋଟ ପିଲାଙ୍କ ଭିଡିଓ ପଡେ ତାହା ଏମିତି ଲୋକଙ୍କ ହୃଦୟ ଜିତିଥାଏ।

Viral Video Baby Smile
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ