Advertisment

ଜବରଦସ୍ତ କରାଯାଉଛି ମା’; ବିକ୍ରି ହେଉଛି ଶିଶୁ

ଆପଣମାନେ ନିଶ୍ଚିତ ମିକ୍ସର, ବିସ୍କୁଟ୍, ପ୍ଲାଷ୍ଟିକ୍, କାଚ ଆଦି କାରଖାନା ବିଷୟରେ ଶୁଣିଥିବେ ଆଉ ଦେଖିଥିବେ। କେବେ କ’ଣ ଶୁଣିଛନ୍ତି କି ଶିଶୁ ଉତ୍ପାଦନ କାରଖାନା! କିନ୍ତୁ ଏହା ସତ ଯେ ଏମିତି ଏକ କାରଖାନା ପିଲା ଜନ୍ମ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛି।

ଅଦ୍ୟତନ ହୋଇଛି
Baby factory in Nigeria

Baby factory in Nigeria

Advertisment

ଦୁନିଆରେ ଏମିତି ଅନେକ ଅଦ୍ଭୁତ ଜିନିଷ ଅଛି ଯାହାକୁ ଜାଣିବା ପରେ ଲୋକଙ୍କ ହୋସ୍ ଉଡ଼ିଯାଏ। ବେଳେବେଳେ ଏହି କଥା କେବଳ ମନକୁ ନୁହେଁ ବରଂ ଆତ୍ମାକୁ ମଧ୍ୟ ଚକିତ କରିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ପାଦ ତଳୁ ମାଟି ଖସିଯିବ। ଆଫ୍ରିକାର ଏକ ଦେଶରେ ଏପରି ଏକ କାରଖାନା ଅଛି ଯେଉଁଠାରେ ଜିନିଷ ନୁହେଁ ବରଂ ପିଲାମାନେ ଜନ୍ମ ହୁଅନ୍ତି ।

Advertisment

ନାଇଜେରିଆରେ ଏହି ଜଘନ୍ୟ କାମ ହେଉଛି। ଏଠାରେ ରହିଛି ପିଲା ଉତ୍ପାଦନକାରୀ କାରଖାନା। କିନ୍ତୁ 'ବେବି ଫାର୍ମିଙ୍ଗ୍' ନାମରେ ଜଣାଶୁଣା ଏହି ଘୃଣ୍ୟ ବ୍ୟବସାୟ ଏଠାରେ ପୂରା ଜୋରଦାର ଚାଲିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଆଫ୍ରିକୀୟ ଏବଂ ଅନ୍ୟ ଦେଶ ଝିଅମାନଙ୍କୁ ଜୋର ଜବରଦସ୍ତ ଗର୍ଭବତୀ କରାଯାଏ ଏବଂ ସେମାନଙ୍କୁ ସନ୍ତାନ ପ୍ରସବ କରିବାକୁ ବାଧ୍ୟ କରାଯାଉଛି। ସବୁଠାରୁ ହୃଦୟ ବିଦାରକ କଥା ହେଉଛି ଏଠାରେ ୧୪ ବର୍ଷର ଝିଅମାନଙ୍କୁ ମଧ୍ୟ ଛଡା ଯାଏନି। ସେମାନଙ୍କୁ ମା’ ବନେଇ ଦିଆଯାଏ।

କ’ଣ ହୁଏ ଏହି ପିଲା:

ଏହି କମ୍ପାନୀ ସନ୍ତାନହୀନ ଦମ୍ପତିଙ୍କ ପାଇଁ ଏହି ବ୍ୟବସାୟ ଆରମ୍ଭ କରିଛି। ଏଠାରେ ଝିଅମାନଙ୍କୁ ମା’ କରି ସେମାନଙ୍କ ଠାରୁ ଜନ୍ମିତ ସନ୍ତାନଙ୍କୁ ବ୍ରିକ୍ରି କରାଯାଉଛି। ନିଃସନ୍ତାନ ଦମ୍ପତିମାନେ ମଧ୍ୟ ଏଥିପାଇଁ ବିପୁଳ ପରିମାଣର ଅର୍ଥ ଦେବାକୁ ପ୍ରସ୍ତୁତ। ଏହି କାରଣରୁ ଦାରିଦ୍ର୍ୟରେ ପୀଡିତ ଅନେକ ମହିଳା ଏବଂ ବାଳିକା ଅର୍ଥ ଲୋଭରେ ନିଜ ଇଚ୍ଛାରେ ଏଠାକୁ ଆସନ୍ତି, କିନ୍ତୁ ଅନେକ ମାନବ ଚାଲାଣ ମାଧ୍ୟମରେ ଏଠାକୁ ଜବରଦସ୍ତ କିଣା ହୋଇ ଆସନ୍ତି ଏବଂ ତା’ପରେ ସେମାନେ ସରୋଗେଟ୍ ମା’ ହେବାକୁ ବାଧ୍ୟ ହୁଅନ୍ତି।

Advertisment

କେଉଁ ମହିଳାମାନେ ହେଉଛନ୍ତି ଶିକାର:

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ୟବସାୟ କେବଳ ନାଇଜେରିଆରେ ନୁହେଁ ଇଣ୍ଡୋନେସିଆ, ୟୁକ୍ରେନ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଚାଲିଛି। ବେବି ଫାର୍ମିଂ ଭଳି ଏହି ଘୃଣ୍ୟ ବ୍ୟବସାୟ ଡାକ୍ତରଖାନା ଏବଂ ଅନାଥାଶ୍ରମ ପରି ସ୍ଥାନରେ ଗୁପ୍ତ ଭାବରେ କରାଯାଇଥାଏ। ନାଇଜେରିଆରେ ଶିଶୁ ଜନ୍ମର ବ୍ୟବସାୟ ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ୨୦୧୧ର ଏକ ରିପୋର୍ଟ ଅନୁଯାୟୀ ଏକ ଚଢଉରେ ସୁରକ୍ଷାକର୍ମୀମାନେ ୩୨ ଜଣ ଗର୍ଭବତୀ ମହିଳାଙ୍କୁ ମୁକ୍ତି କରିଥିଲେ ଯେଉଁମାନଙ୍କୁ ଜବରଦସ୍ତ ଏଠାକୁ ଅଣାଯାଇଥିଲା।

ଏଠାରେ ଶିଶୁ ଉତ୍ପାଦନକାରୀ ଭାବେ ଜନ୍ମ କରୁଥିବା ଝିଅମାନଙ୍କ ବୟସ ୧୪ରୁ ୧୭ ବର୍ଷ ଭିତରେ। ଏହି ଝିଅମାନେ ଯଦି ଚାହିଁବେ ତେବେ ନିଜେ ଗର୍ଭପାତ ମଧ୍ୟ କରିପାରିବେ ନାହିଁ, କାରଣ ଦେଶର ଆଇନ ସେମାନଙ୍କୁ ଅନୁମତି ଦିଏ ନାହିଁ। ଏଠାରେ ଥିବା ମାଫିଆ ଶିଶୁମାନଙ୍କୁ ୩-୪ ଲକ୍ଷ ଟଙ୍କାରେ ବିକ୍ରି କରନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ