Advertisment

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀ ଉପରେ ହେବ ଏଲିଏନମାନଙ୍କ ଆକ୍ରମଣ

୨୦୨୩କୁ ନେଇ ବାବା ଭେଙ୍ଗା ଦେଇଛନ୍ତି ଭୟଙ୍କର ଭବିଷ୍ୟବାଣୀ। ପୃଥିବୀ ଉପରେ ଏଲିଏନମାନଙ୍କ ଆକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ନିଜ ପସନ୍ଦ ଅନୁସାରେ ବାପାମାଆ ପିଲା ଜନ୍ମ କରିପାରିବେ ଭଳି ରହିଛି ଅନେକ ଆଶ୍ଚର୍ଯ୍ୟଜନକ ଓ ବିପଦଜନକ ଭବିଷ୍ୟବାଣୀ।

ଅଦ୍ୟତନ ହୋଇଛି
Baba vanga scary predictions for 2023

Baba vanga scary predictions for 2023

Advertisment

ବୁଲଗେରିଆର ରହସ୍ୟମୟ ବାବା ଭେଙ୍ଗା ୨୦୨୩ ମସିହାକୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି। ବାବା ଭେଙ୍ଗା ୫୦୭୯ ମହିହା ପର୍ଯ୍ୟନ୍ତ ପୂର୍ବାନୁମାନ କରିଥିବା ଜଣାପଡିଛି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୩ ହିଁ ହେବ ସୃଷ୍ଟିର ବିନାଶ।

Advertisment

୨୦୨୩ ବର୍ଷର ୧୨ ମାସ ପାଇଁ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ପରମାଣୁ ଦୌଡ଼ ଯୋଗୁଁ ପୃଥିବୀରେ ଅନେକ ପରିବର୍ତ୍ତନ ହୋଇପାରେ, ଯାହା ବିପଦଜନକ ପ୍ରଭାବ ପକାଇପାରେ। ଏହି ପ୍ରଭାବରେ ସୌର ଝଡ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଉଚ୍ଚ ବିକିରଣ ସ୍ତର ସୃଷ୍ଟି କରିବ।

ବାବା ଭେଙ୍ଗା ଭବିଷ୍ୟବାଣୀରେ କିଛି ଅଦ୍ଭୁତ ବୈଜ୍ଞାନିକ ଉଦ୍ଭାବନ ମଧ୍ୟ ରହିଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ଲାବୋରେଟୋରୀରେ ପିଲା ଜନ୍ମ। ସେ ତାଙ୍କ ଭବିଷ୍ୟବାଣୀରେ କହିଥିଲେ ଯେ ୨୦୨୩ ମସିହାରେ ଏଲିଏନମାନେ ପୃଥିବୀକୁ ଆସିବେ ଏବଂ ସେମାନଙ୍କ ପ୍ରଭାବ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ବାବା ଭେଙ୍ଗା ମଧ୍ୟ ଏକ ମହାଶକ୍ତି ଦ୍ୱାରା ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ହେଉଥିବା ପରୀକ୍ଷଣ ଉପରେ ମଧ୍ୟ କହିଛନ୍ତି।

Advertisment

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ:

  • ୨୦୨୩ ରେ ଏକ ସୌର ଝଡ କିମ୍ବା ସୌର୍ ସୁନାମି ହୋଇପାରେ, ଫଳସ୍ୱରୂପ ପୃଥିବୀର ଚୁମ୍ବକୀୟ ସ୍ତର ନଷ୍ଟ ହୋଇଯିବ।
  • ପୃଥିବୀ ଉପରେ ଏଲିଏନମାନଙ୍କ ଆକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ।
  • ପୃଥିବୀରେ କିଛି ଅସ୍ଥିରତା ଆସିବ, ଫଳରେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହୋଇପାରେ। ପରିସ୍ଥିତି ପ୍ରକୃତରେ ଚିନ୍ତାଜନକ ହେବ।
  • ୨୦୨୩ ବେଳକୁ ମଣିଷ ଲାବୋରେଟୋରୀରେ ଉତ୍ପାଦିତ ହେବେ। ଭାବି ପିତାମାତା ସେମାନଙ୍କର ଜନ୍ମ ହେବାକୁ ଥିବା ସନ୍ତାନ ପାଇଁ ସେମାନଙ୍କ ପସନ୍ଦର ରଙ୍ଗ ଏବଂ ପ୍ରକାର ବାଛିବାରେ ସକ୍ଷମ ହେବେ।
  • ବାବା ଭେଙ୍ଗାଙ୍କ ଅନୁଯାୟୀ, ଏହି ବର୍ଷ ଜନ୍ମ ପ୍ରକ୍ରିୟା ମାନବ ନିୟନ୍ତ୍ରଣରେ ରହିବ ଏବଂ ଏହାର ଆବିଷ୍କାର ସହିତ ସରୋଗେସି ସମସ୍ୟା ମଧ୍ୟ ଶେଷ ହେବ। ପ୍ରାକୃତିକ ଜନ୍ମ ଉପରେ ପ୍ରତିବନ୍ଧକ ଲଗାଯିବ।
  • ଏକ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ହେତୁ ବିଷାକ୍ତ ମେଘ ସୃଷ୍ଟି ହେବ ଯାହା ସମଗ୍ର ଏସିଆ ମହାଦେଶକୁ ବ୍ୟାପିବ। ଏହି ପରିବର୍ତ୍ତନ ହେତୁ ଅନ୍ୟ ଦେଶ ମଧ୍ୟ ଭୟଙ୍କର ରୋଗର ଶିକାର ହୋଇପାରନ୍ତି।
Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ