Advertisment

୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ!

ବାବା ଭେଙ୍ଗା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି। ତାଙ୍କର ଅନେକଗୁଡିଏ କଥା ସତ ହୋଇଛି। ସେ ୨୦୨୩ ପାଇଁ ମଧ୍ୟ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଯାଇଛନ୍ତି। ସେହିପରି ଅନ୍ୟଜଣେ ଭବିଷ୍ୟବକ୍ତା ହେଲେ ନାସ୍ତ୍ରେଦମସ। ତାଙ୍କର ଭୟଙ୍କର ଭବିଷ୍ୟବାଣୀ ଭିତରେ ତୃତୀୟ ବିଶ୍ୱଯୁଦ୍ଧ ପରି ସଂକେତ ଅଛି।

ଅଦ୍ୟତନ ହୋଇଛି
Vanga Baba predictions for 2023

Baba vanga predictions for 2023

Advertisment

ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ନିଜର ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରସିଦ୍ଧ ବାବା ଭେଙ୍ଗାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି। ବାବା ଭେଙ୍ଗାଙ୍କୁ ନାସ୍ତ୍ରେଦମସଙ୍କ ସହ ତୁଳନା କରାଯାଏ। ବାବା ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ନେଇ ନିଜ ମୃତ୍ୟୁ ପର୍ଯ୍ୟନ୍ତ (୧୯୯୬) ଖୁବ ପ୍ରସିଦ୍ଧ ଥିଲେ।

Advertisment

କୁହାଯାଏ ଯେ ବାବା ଭେଙ୍ଗା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି। କେବଳ ଏତିକି ନୁହେଁ, ବାବା ଭେଙ୍ଗା ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ୯/୧୧ ରୁ ନେଇ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ପୂର୍ବାନୁମାନ କରିଥିଲେ, ଯାହା ସଠିକ୍ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀକୁ ଆନୁଷ୍ଠାନିକ ଭାବରେ ରେକର୍ଡ କରିନାହାଁନ୍ତି, ତେଣୁ ସେ ପ୍ରକୃତରେ କ’ଣ କହିଛନ୍ତି ତାହା ଉପରେ ବିତର୍କ ଚାଲିଛି।

ବର୍ତ୍ତମାନ ବାବା ଭେଙ୍ଗାଙ୍କ ଦ୍ୱାରା ୨୦୨୩ ପାଇଁ କରାଯାଇଥିବା କିଛି ବିଶେଷ ଭବିଷ୍ୟବାଣୀ ଲୋକଙ୍କୁ ଭୟଭୀତ କରୁଛି। କିନ୍ତୁ ସେ ସବୁ କେତେ ସତ ହେବ ତାହା କେବଳ ସମୟ କହିବ। ତେବେ ଆସନ୍ତୁ ଜାଣିବା ୨୦୨୩ ପାଇଁ ବାବା ଭେଙ୍ଗାଙ୍କ କ’ଣ ଭବିଷ୍ୟବାଣୀ ରହିଛି।

Advertisment

ବିନାଶକାରୀ ସୌର ଝଡ:

୨୦୨୩ ପାଇଁ ବାବା ଭେଙ୍ଗାର ସବୁଠାରୁ ଚିନ୍ତାଜନକ ଏବଂ ଭୟାନକ ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ହେଉଛି ସୌର ଝଡ। ଏହା ଏକ ବଡ଼ ଧ୍ୱଂସ ଘଟାଇପାରେ। ଏହି ସମୟରେ ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ଶକ୍ତିର ବିସ୍ଫୋଟରୁ ବାହାରୁଥିବା ବିପଜ୍ଜନକ ବିକିରଣ ପୃଥିବୀ ଉପରେ ପଡ଼ିବ। କୋଟି କୋଟି ପରମାଣୁ ବୋମା ପରି ଏହା ବିନାଶକାରୀ ହୋଇପାରେ।

ଅଧିକ ପଢ଼ନ୍ତୁ: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀ ଉପରେ ହେବ ଏଲିଏନମାନଙ୍କ ଆକ୍ରମଣ

Advertisment

ପୃଥିବୀକୁ ଏଲିଏନ୍‌ଙ୍କ ଆଗମନ:

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ବିଦେଶୀମାନେ ଏଲିଏନ୍‌ମାନେ ପୃଥିବୀକୁ ଆସି ପାରନ୍ତି। ତାଙ୍କ ମତରେ ଏ ଦୁନିଆ ଅନ୍ଧକାରରେ ଆଚ୍ଛାଦିତ ହୋଇଯିବ। ଏଥି ସହିତ ସେ ଦାବି କରିଛନ୍ତି ଯେ ଯଦି ଏଲିଏନ୍‌ମାନେ ପୃଥିବୀକୁ ଆସନ୍ତି ତେବେ ଲକ୍ଷ ଲକ୍ଷ ଲୋକ ମରିପାରନ୍ତି।

ପ୍ରୟୋଗଶାଳାରେ ହେବେ ପିଲା ଜନ୍ମ:

ଯଦି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ, ତେବେ ୨୦୨୩ରେ ମାନବ ଶିଶୁ ପ୍ରୟୋଗଶାଳାରେ ବିକଶିତ ହେବେ। ବିଜ୍ଞାନରେ ହେଉଥିବା ଲଗାତର ପ୍ରଗତିକୁ ଦେଖି ଅନୁମାନ କରାଯାଇ ପାରେ ଯେ ପ୍ରୟୋଗଶାଳାରେ ପିଲା ଜନ୍ମ କଥା ନିଶ୍ଚିତଭାବେ ସତ ହେବାକୁ ଯାଉଛି।

ପୃଥିବୀର କକ୍ଷପଥରେ ହୋଇପାରେ ପରିବର୍ତ୍ତନ:

୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଏହା ମଧ୍ୟ ସୂଚିତ କରେ ଯେ ସୂର୍ଯ୍ୟ ଚାରିପଟେ ପୃଥିବୀର ଘୂର୍ଣ୍ଣନ ଏହାର ପଥ ବଦଳାଇପାରେ। ବାସ୍ତବରେ, ଏହିପରି ପରିବର୍ତ୍ତନ ଅନେକ ହଜାରେ ବର୍ଷରେ ଥରେ ହୁଏ। ପୃଥିବୀର କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ।

ଜୈବିକ ବୋମା ପରୀକ୍ଷଣ:

ଏହା ବ୍ୟତୀତ ବାବା ଭେଙ୍ଗା ୨୦୨୩ର ଭବିଷ୍ୟବାଣୀରେ କହିଥିଲେ ଯେ କୌଣସି ଏକ ବଡ ଦେଶ ମଣିଷ ଉପରେ ଜୈବିକ ବୋମା ପରୀକ୍ଷା କରିପାରେ, ଯାହାଦ୍ୱାରା ହଜାର ହଜାର ମାନବଙ୍କ ମୃତ୍ୟୁ ହୋଇପାରେ।

ବୁଲଗେରିଆର ବାବା ଭେଙ୍ଗାଙ୍କ ପରି ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା 'ମାଇକେଲ ଡି ନୋସ୍ତ୍ରେଦମସ୍'ଙ୍କ ଭବିଷ୍ୟବାଣୀ ମଧ୍ୟ ଲୋକଙ୍କୁ ଭୟଭୀତ କରୁଛି। ତାଙ୍କର ଭବିଷ୍ୟବାଣୀଗୁଡୁକ ହେଲା-

ତୃତୀୟ ବିଶ୍ୱଯୁଦ୍ଧ:

୨୦୨୩ରେ ମଧ୍ୟ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିବ। ଏହା ସହିତ ଦୁଇ ଦେଶର ଏହି ମୁକାବିଲା ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହୋଇପାରେ।

ମଣିଷ ମଙ୍ଗଳକୁ ଯିବ:

ମଙ୍ଗଳ ଗ୍ରହରେ ଆଲୋକ ଚମକିପାରେ। ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚିବ। ଏହା ବ୍ୟତୀତ ମଙ୍ଗଳ ଗ୍ରହରେ ଏକ ବଡ଼ ବିପର୍ଯ୍ୟୟ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

 

Ajab Gajab Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ