At 65, Mindtree co-founder Subroto Bagchi to complete his DU degree 40 yrs after dropping out
୬୫ ବର୍ଷ ବୟସରେ ପାଠ ପଢିବେ ସୁବ୍ରତ ବାଗ୍ଚି । ଆଇଟି କମ୍ପାନୀ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି ୬୫ ବର୍ଷରେ ପାଠ ପଢିବେ । ଏଥିପାଇଁ ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁଯୋଗ ଦିଆଯାଇଛି ।
୪୦ ବର୍ଷ ତଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ ଆଇନ୍ ଶିକ୍ଷା ଲାଭ କରିଥିଲେ । ହେଲେ ୫ଟି ସେମିଷ୍ଟର ଶେଷ କରିବା ପରେ ତାଙ୍କୁ ଦିଲ୍ଲୀ ଛାଡିବାକୁ ପଡିଥିଲା । ସେଥିପାଇଁ ବାଗ୍ଚି ଶେଷ ସେମିଷ୍ଟର ପରୀକ୍ଷା ଦେଇପାରିନଥିଲେ । ଫଳରେ ତାଙ୍କ ଆଇନ୍ ଶିକ୍ଷା ଅଧୁରା ରହିଯାଇଥିଲା ।
ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଡିଗ୍ରୀ ଶେଷ କରିବାର ସୁଯୋଗ ପ୍ରଦାନ କରୁଛି । ଫଳରେ ସୁବ୍ରତ ବାଗ୍ଚି ତାଙ୍କ ଯୁବକ ବେଳର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658662328.jpg)