ଜ୍ୟୋତିଷଙ୍କ ଭବିଷ୍ୟବାଣୀରୁ କୋଟିପତି ହେଲେ ଇଞ୍ଜିନିୟର

ବର୍ତ୍ତମାନ ଗୁଗଲ ପ୍ଲେ-ଷ୍ଟୋରରେ ଅନେକ ଆପ୍‌ ରହିଛି । ସେଥିମଧ୍ୟରୁ ଗୋଟିଏ ଆପ୍ ଅଛି ଯାହା ଆମର ଭବିଷ୍ୟତ ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । ଜ୍ୟୋତିଷଶାସ୍ତ୍ର ଆପ୍‌ର ପୂର୍ବାନୁମାନ ସତ ହୋଇଥିବାରୁ ପୁନୀତ୍ ହେଲେ କୋଟିପତି ।

ଜ୍ୟୋତିଷଙ୍କ ଭବିଷ୍ୟବାଣୀରୁ କୋଟିପତି ହେଲେ ଇଞ୍ଜିନିୟର

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି । ଯାହା ଜାଣି ସେମାନେ ଜୀବନର ପରବର୍ତ୍ତି ମୁହୂର୍ତ୍ତରେ କ’ଣ ଘଟିବ ତାହା ପାଇଁ ସତର୍କ ଏବଂ ପ୍ରସ୍ତୁତ ହୋଇଥାନ୍ତି । ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଆଗାମୀ ସମୟରେ ସେମାନଙ୍କ ଜୀବନରେ କ’ଣ ଘଟିବ ତାହା ଜାଣିବାକୁ ଖୁବ୍‌ ଆଗ୍ରହୀ ଥାଆନ୍ତି ।ଏହିସବୁ ପାଇଁ ବର୍ତ୍ତମାନ ଉଭୟ ଅନୁଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଅନେକ ପନ୍ଥା ତଥା ଜରିଆ ରହିଛି ଯାହା ମାଧ୍ୟମରୁ ନିଜ ଭବିଷ୍ୟତ ବିଷୟରେ ଜାଣିଥାନ୍ତି । ଏହିପରି ବର୍ତ୍ତମାନ ଗୁଗଲ ପ୍ଲେ-ଷ୍ଟୋରରେ ମଧ୍ୟ ଅନେକ ଆପ୍‌ ରହିଛି । ସେଥିମଧ୍ୟରୁ ଗୋଟିଏ ଆପ୍ ଅଛି ଯାହା ଆମର ଭବିଷ୍ୟତ ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ ।

ଜ୍ୟୋତିଷ ଶାସ୍ତ୍ରର ପ୍ରତିଷ୍ଠାତା ପୁନୀତ ଗୁପ୍ତା ମଧ୍ୟ ନିଜେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରୁନଥିଲେ । କିନ୍ତୁ ଏହି ଜ୍ୟୋତିଷ ଶାସ୍ତ୍ର ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଏମିତିକି ଭବିଷ୍ୟବାଣୀ ଅନୁସାରେ ସେ କୋଟିପତି ହୋଯାଇଛନ୍ତି । 

ପ୍ରଥମେ ପୁନୀତ ମୁମ୍ବାଇର ଏକ ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ କାମ କରୁଥିଲେ । ସେ ନିଜସ୍ୱ ଏକ ଆଇଟି ସେବା କମ୍ପାନୀ ଆରମ୍ଭ କରିବା ପାଇଁ କାର୍ଯ୍ୟରତ କମ୍ପାନୀରୁ ଚାକିରୀ ଛାଡିବାକୁ ସ୍ଥିର କରିଥିଲେ । ୨୦୧୫ରେ ଷ୍ଟାର୍ଟଅପ୍ କରିବା ପାଇଁ ଚାକିରୀ ଛାଡିବା ପୂର୍ବରୁ ମଧ୍ୟ ଏଭଳି ପ୍ରୟାସ କରିଥିଲେ ହେଲେ କୌଣସି କାରଣରୁ ତାଙ୍କୁ ପୁଣି ଚାକିରୀ କରିବାକୁ ପଡିଲା । ଏତେ ସବୁ ପରେ ପୁଣି ଥରେ ଚାକିରୀ ଛାଡିବା ତାଙ୍କ ପାଇଁ ଏତେ ସହଜ କାମ ନଥିଲା ।

ସୂଚନା ଅନୁସାରେ, ଦିନେ ପୁନୀତଙ୍କୁ ତାଙ୍କର ଜଣେ ବରିଷ୍ଠ ସହକର୍ମୀ ପଚାରିଥିଲେ ଯେ ସେ କାହିଁକି ଚିନ୍ତିତ ଥିଲେ । ସେହି ସମୟରେ ସେ ଦେଖିଲେ ଯେ ତାଙ୍କର ଜଣେ ସହକର୍ମୀ ଜଣଙ୍କ ଜ୍ୟୋତିଷ ଶାସ୍ତ୍ରର ଭବିଷ୍ୟବାଣୀ କରି ଲୋକଙ୍କୁ ସାହାଯ୍ୟ କରୁଥିଲେ । ଯାହାକୁ ଦେଖି ପୁନିତ୍‌ ସବୁବେଳେ ଭାବୁଥିଲେ ଯେ, କେମିତି ଜଣେ ବ୍ୟକ୍ତି ଇନଭେଷ୍ଟ ବ୍ୟାଙ୍କରେ କାମ କରି ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରିପାରୁଛି । କାରଣ ସେତେବେଳେ ପୁନୀତ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରୁନଥିଲେ ।

ଜ୍ୟୋତିଷଶାସ୍ତ୍ର ଆପ୍‌ର ପୂର୍ବାନୁମାନ ଅନୁଯାୟୀ, ପୁନୀତ ଇସ୍ତଫା ଦେଇପାରନ୍ତି । କାରଣ ୨୦୧୫ରୁ ୧୭ ପର୍ଯ୍ୟନ୍ତ ତାଙ୍କ ସମୟ ସହାୟକ ଥିଲା । ତାଙ୍କ ସହଯୋଗୀ ଚାଲିଯିବା କାରଣରୁ ତାଙ୍କ ଷ୍ଟାର୍ଟଅପ୍ ଅପ୍ରେଲ ୨୦୧୭ ପରେ ବନ୍ଦ ହୋଇଯିବ । ଏଥିପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ସେ ୨୦୧୭-୧୮ରେ ସେ ପୁଣି କିଛି ନା କିଛି ଆରମ୍ଭ କରିବେ, ଯାହା ତାଙ୍କୁ ବହୁ ସଫଳତା ଦେଇପାରିବ ।

ପୁନୀତ ତାଙ୍କ ଭବିଷ୍ୟବାଣୀ ଉପରେ ବିଶ୍ୱାସ କରୁନଥିଲେ । ହେଲେ ସମୟ ବିତିବା ସହ ସେ ଚାକିରୀରୁ ଇସ୍ତଫା ଦେଇଥିଲେ ଏବଂ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ । ଯାହା ପ୍ରଥମେ ଭଲ ଚାଲିଥିଲା । ହେଲେ ଭବିଷ୍ୟବାଣୀ ଅନୁଯାୟୀ ମାର୍ଚ୍ଚ ୨୦୧୭ରେ ତାଙ୍କ ସହଯୋଗୀ ତାଙ୍କୁ ଛାଡି ପଳାଇଲେ । ଯାହା ପରେ ତାଙ୍କ ବ୍ୟବସାୟରେ କ୍ଷତି ହେବାକୁ ‌ଆରମ୍ଭ ହୋଇଥିଲା ।

ଜ୍ୟୋତିଷଶାସ୍ତ୍ର ଆପ୍‌ର ପୂର୍ବାନୁମାନ ସତ ହୋଇଥିବାରୁ ପୁନୀତ ତାଙ୍କର ସେହି ସହକର୍ମୀଙ୍କ ସହ ଯୋଗାଯୋଗ କରି ତାଙ୍କୁ ପ୍ରଶ୍ନ କଲେ କି ସେ ଯାହା କହିଥିଲେ ତାହା କେମିତି ସତ ହେଲା ? କଥାବାର୍ତ୍ତା ସମୟରେ ହିଁ ସେ ଜ୍ୟୋତିଷ ଶାସ୍ତ୍ରରେ ଆଷ୍ଟ୍ରୋଟକ୍ ଆପ୍ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଲେ । ଯେତେବେଳେ ସେ ତାଙ୍କ ସହକର୍ମୀଙ୍କୁ ଆଷ୍ଟ୍ରୋ ଟକ୍‌ ସଫଳତା ବିଷୟରେ ପଚାରିଲେ, ସେ କହିଥିଲେ ଯେ ଏହି ଆପ୍ ୨୦୧୮ରେ ଲଞ୍ଚ ହେବ ଯାହା ୨୦୨୬ ପର୍ଯ୍ୟନ୍ତ ସଫଳତାର ସହ ଚାଲିବ ।