Assuming dead body of labourer thrown in Jharsuguda
ହଜିଗଲା ମାନବିକତା। ଚିକିତ୍ସା ବଦଳରେ ଶ୍ରମିକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଇବା ବଦଳରେ ମରି ଯାଇଥିବା ଭାବି ରାସ୍ତାରେ ଫିଙ୍ଗି ଦେଲେ। ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଦେଖି କିଛି ବ୍ୟକ୍ତି ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଗୁରୁତର ଶ୍ରମିକ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଓଡିଶା-ଛତିଶଗଡ଼ ସୀମାନ୍ତ ବାଦୀମାଲ ଠାରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ବାଦିମାଲ୍ରେ ଥିବା ଏକ ରାଇସ୍ ମିଲ୍ରେ କାମ କରୁଥିବା ବେଳେ ହଠାତ୍ ଗତକାଲି ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଶ୍ରମିକ ଜଣକ ଦୁର୍ଘଟଣା ଶିକାର ହୋଇଥିଲେ।ତାଙ୍କୁ ଚିକିତ୍ସା କରାଇବା ବଦଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମିଲ୍ର ଅନ୍ୟ କର୍ମଚାରୀାମାନେ ରାସ୍ତାରେ ଫିଙ୍ଗି ଦେଇଥିଲେ। ମରି ଯାଇଥିବା ସନ୍ଦେହରେ ସେମାନେ ଏପରି କରିଥିବା ଅଭିଯୋଗ ହୋଇଛିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1695645890.jpg)