Asst Executive Engineer of Rural Works Sub-Division in Nayagarh - Gobinda Sahoo, under Vigilance sca
ଭିଜିଲାନ୍ସ ଜାଲରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଦ୍ୱାରା ରେଡ୍ କରାଯାଉଛି ।
ଏହି ଚଢାଉରେ ଭିଜିଲାନ୍ସର ୫ ଡିଏସ୍ପିଙ୍କ ସହ ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ରେଡ୍ ଚାଲିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଭୁବନେଶ୍ୱର, କଟକ, ନୟାଗଡ଼ର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡିଛି । ସେଥିମଧ୍ୟରୁ ପଟିଆରେ ଥିବା ଏକ ଫ୍ଲାଟ, କଟକ କିଶୋରନଗରରେ ଥିବା ପୈତୃକ ଘର, କଟକ ଆଲିସା ବଜାରରେ ଥିବା କୋଠା, ଖଣ୍ଡଗିରି ଅଂଚଳରେ ଥିବା ଦୁଇ ମହଲା କୋଠା, ନୟାଗଡ଼ରେ ଥିବା ଅଫିସ ଏବଂ ନୟାଗଡ଼ ଟାଉନରେ ଥିବା ବାସଭବନରେ ଏକକାଳୀନ ରେଡ୍ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648611309.jpg)