ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ SCBର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି

SCB Medical College

ଓକିଲଙ୍କୁ ଆକ୍ରମଣ ଅଭିଯୋଗରେ କଟକ ଏସସିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଳକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ମଙ୍ଗଳାବାଗ ପୋଲିସ । ଅକ୍ଟୋବର ୨୧ରେ ଆଇନଜୀବୀ ସପନ କୁମାର ପାଲଙ୍କୁ ସଂଘବଦ୍ଧ ଆକ୍ରମଣର ଅଭିଯୋଗ ହୋଇଥିଲା । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଆଇନଜୀବୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ୭ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ ନେଇ ହାଇକୋର୍ଟଙ୍କୁ ଜଣାଇଛି ମଙ୍ଗଳବାଗ ପୋଲିସ ।