Advertisment

ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ

ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ। OSSET ଓ CBT ଉତ୍ତୀର୍ଣ୍ଣ ସମସ୍ତ ସଂସ୍କୃତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ଏଭଳି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ଶିକ୍ଷକ।

ଅଦ୍ୟତନ ହୋଇଛି
Aspirant sanskrit Teachers  Stage Protest

Aspirant sanskrit Teachers Stage Protest

Advertisment

ଭୁବନେଶ୍ୱର: ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ। OSSET ଓ CBT ଉତ୍ତୀର୍ଣ୍ଣ ସମସ୍ତ ସଂସ୍କୃତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ଏଭଳି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ଶିକ୍ଷକ। ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ସେମାନେ ପ୍ରତିବାଦ ଜଣାଇଛନ୍ତି।

Advertisment

ବାରମ୍ବାର ସରକାରଙ୍କ ପାଖରେ ଗୁହାରୀ, ବିଭାଗୀୟ ମନ୍ତ୍ରୀଙ୍କ ନେହୁରା ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଆଜି ଲୋୟର ପିଏମଜିରେ ଆଶାୟୀ ଶିକ୍ଷକମାନେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି। ଜଣେ ସଂସ୍କୃତ ଆଶାୟୀ ଶିକ୍ଷକଙ୍କ କହିବା ଅନୁସାରେ, ‘ଦୀର୍ଘ ୭ ବର୍ଷ ପରେ ପୋଷ୍ଟ ବାହାରିଲା। ମାତ୍ର ୧୩୦୪ଟି ପୋଷ୍ଟ୍‌ ବାହାରିଲା। ସବୁ କ୍ୱାଲିଫାଏ କଲା ପରେ ମଧ୍ୟ ଚାକିରି ମିଳୁନି। ଏବେ ଆମେ କ’ଣ କରିବୁ ?’

ସେହିପରି ଆଉ ଜଣେ ଆଶାୟୀ ଶିକ୍ଷକଙ୍କ କହିବା ଅନୁସାରେ, ‘୪ ଦିନ ହେଲା ଧାରଣା ଦେଲୁଣି ଓ ଗଣ ଶିକ୍ଷାମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଭେଟି ସାରିଲୁଣି। ହେଲେ ସରକାର ଆମ କଥା ଶୁଣୁ ନାହାନ୍ତି। ଦୀର୍ଘ ୭ ବର୍ଷ ପରେ ଯେଉଁ ପୋଷ୍ଟ ବାହାରିଲା, ସେଥିରେ ଜେନେରାଲ ଓ SEBC ଛାତ୍ରଛାତ୍ରୀଙ୍କୁ ଅବହେଳା କରାଯାଇଛି। ତେଣୁ ଆମକୁ ନ୍ୟାୟ ମିଳୁ।’

Advertisment

ସେପଟେ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା କଡ଼ରେ ଧାରଣାରେ ବସିଛନ୍ତି ଅଲ୍ ଓଡ଼ିଶା ଗ୍ରାଜୁଏଟ ଠିକା ମହିଳା ସୁପରଭାଇଜର ସଂଘ। ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ଧାରଣାରେ ବସି ରହିଛନ୍ତି ପ୍ରାୟ ୫ ଶହ ମହିଳା ସୁପରଭାଇଜର। ୨୦୦୮ରୁ ୨୦୧୦ ମଧ୍ୟରେ ଏମାନଙ୍କୁ ଆଇସିଡ଼ିଏସ୍ ସୁପରଭାଇଜର ଭାବେ ଅସ୍ଥାୟୀ ନିଯୁକ୍ତି ଦେଇଥିଲେ ସରକାର। ୨୦୧୩ ପରଠାରୁ ଚାକିରି ପାଇଥିବା ମହିଳାମାନେ ସ୍ଥାୟୀ ନିଯୁକ୍ତି ପାଇଲେ। କିନ୍ତୁ ଏମାନଙ୍କ ଦାବି ଶୁଣିଲେନି ସରକାର। ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ସଂଘ ଚେତାବନୀ ଦେଇଛି। 

Teachers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ