Advertisment

ଚିନି ଶିଳ୍ପକୁ ମିଳୁନି ଆଖୁ, ପରିଚୟ ହରାଇବାକୁ ବସିଲାଣି ଆସିକା ଚିନି ଶିଳ୍ପ

ଆସିକା ଚିନି କଳ କ୍ଷତିରେ ଚାଲିଛି।  ଚିନି, ଗୁଡ଼, ଉତ୍ପାଦନ କରି ଏସିଆ ମହାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଚିନି ଶିଳ୍ପ ଏବେ ପରିଚୟ ହରାଇବାକୁ ବସିଛି।

Aska Sugar Mill

Aska Sugar Mill

Advertisment

ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ରୋଜଗାରକୁ ମିଠା କରିବ କି ଆସିକା ଚିନି କଳ ? ଚଳିତ ବର୍ଷ ଚାଷୀଙ୍କଠାରୁ ଅଧିକ ଆଖୁ କିଣିବାକୁ ଶିଳ୍ପ ପକ୍ଷରୁ ରହିଛି ଯୋଜନା। ହେଲେ କାରଖାନା ପକ୍ଷରୁ ଠିକ୍ ସମୟରେ ଟଙ୍କା ମିଳୁ ନଥିବାରୁ ଆଖୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ। ଏଭଳି ସ୍ଥିତିରେ ଚିନି କଳକୁ ସ୍ୱାଭାବିକ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେବ।

Advertisment

ଗଞ୍ଜାମ ଜିଲ୍ଲାର ୧୪ ବ୍ଲକ୍‌ ଉପରେ ନିର୍ଭର କରି ଗଢି ଉଠିଥିବା ଆସିକା ଚିନି କଳ କ୍ଷତିରେ ଚାଲିଛି।  ଚିନି, ଗୁଡ଼, ଉତ୍ପାଦନ କରି ଏସିଆ ମହାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଚିନି ଶିଳ୍ପ ଏବେ ପରିଚୟ ହରାଇବାକୁ ବସିଛି। ଚିନି ଶିଳ୍ପକୁ ଆଖୁ ମିଳୁନି। ଜଳସେଚନର ଅଭାବ, ଆଖୁ ଚାଷ ପାଇଁ ପ୍ରୋତ୍ସାହନର ଅଭାବ, ଠିକ୍ ସମୟରେ ଚାଷୀଙ୍କୁ ଆଖୁର ମୂଲ୍ୟ ପ୍ରଦାନରେ ବିଳମ୍ବ ଯୋଗୁ ଏଭଳି ସମସ୍ୟା ଉପୁଜୁଛି। ଫଳରେ ଚାଷୀ ଆଖୁ ଛାଡ଼ି ଅନ୍ୟ ଚାଷ ଆପଣାଇବାକୁ ବାଧ୍ୟ ହେଉଛନ୍ତି।  

ଚିନି ଶିଳ୍ପର କ୍ଷମତା ବଢ଼ାଇବାକୁ ଶିଳ୍ପ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଆଖୁ ସଂଗ୍ରହ କରିବାକୁ ଶିଳ୍ପ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ତେବେ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇବା ସହ କାରଖାନାକୁ ଆଖୁ ଦେବାର ୧୫ ଦିନ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଥିବା ଚିନି କଳ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।  

Advertisment
Aska Sugar Mill Sugarcane Farmers Sugar Mill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ