ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍‌...ଚମକିବ କପିଳାସ ପୀଠ

ମନ୍ଦିର ଗର୍ଭଗୃହରୁ ବାହାରୁଥିଲା ପାଣି । ଏବେ ମନ୍ଦିରରେ ପହଞ୍ଚିଲା ASI ଟିମ୍‌...ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍‌ । ଖୁବଶୀଘ୍ର ଆରମ୍ଭ ହେବ କାମ...ଚମକିବ ମହାଦେବଙ୍କ ମନ୍ଦିର

Kapilash Temple

ସରିଲା ସର୍ଭେ । ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ରାଜ୍ୟର ପ୍ରମୁଖ ଶୈବପୀଠ ଭାବେ ପରିଚିତ କପିଳାସ ପୀଠର ହେବ ବିକାଶ । ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ନକ୍ସାରେ ଯୋଡି ହେବ ଚନ୍ଦ୍ରଶେଖର ଜୀଉଙ୍କ ଏହି ପୀଠ । କେବଳ କପିଳାସ କାହିଁକି ? ବରଂ କାମାକ୍ଷାନଗରର ହାତୁଆରୀ ସ୍ଥିତ ବହୁ ପ୍ରାଚୀନ ବାବା କପିଳେଶ୍ୱର ମନ୍ଦିର ସରାଙ୍ଗ ନଦୀ ଗର୍ଭରେ ଥିବା ପ୍ରଭୁ ଅନନ୍ତ ଶୟନ କିର୍ତ୍ତୀରାଜି, କୁଆଁଳୋ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରର ମଧ୍ୟ ହେବ ଉନ୍ନତିକରଣ ହେବାକୁ ଯାଉଛି ।

ଆର୍କିଓଲୋଜିକାଲ୍‌ ସର୍ଭେ ଅଫ ଇଣ୍ଡିଆ ନ୍ୟାସନାଲା ମୋନୋମେଣ୍ଟ ଅଥରିଟି ଚେୟାରମ୍ୟାନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କପିଳାସ ପୀଠର ଉନ୍ନତି ହେବାକୁ ଯାଉଛି । ଏଥିପାଇଁ ପ୍ରାଥମିକ ସର୍ଭେ ସରିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ASI ଓ ନ୍ୟାସନାଲା ମୋନୋମେଣ୍ଟ ଅଥରିଟିର ଅଧ୍ୟକ୍ଷ ଡକ୍ଟର କିଶୋର କୁମାର ବାସା ।

୧୨ ଜଣିଆ ASI ଟିମ୍‌ ପ୍ରଥମେ କପିଳାସରେ ପହଞ୍ଚିବା ପରେ ପ୍ରଥମେ ନକ୍ସା ଦେଖିଥିଲେ । ନକ୍ସା ଦେଖିବା ପରେ ମନ୍ଦିରରେ ଯେଉଁ ସବୁ ସ୍ଥାନରେ ପାଣି ଗଳୁଛି ତାହାକୁ ମଧ୍ୟ ଦେଖିଥିଲେ । ଖାଲି ଏତିକି ନୁହେଁ ବରଂ କପିଳାସକୁ ଆସୁଥିବା ଯାତ୍ରୀମାନେ କେମିତି ଭଗବାନଙ୍କୁ ଭଲରେ ଦର୍ଶନ କରିପାରିବେ ସେନେଇ ସୁବନ୍ଦୋବସ୍ତ କରାଯିବା ନେଇ ତିଆରି ହୋଇଛି ମାଷ୍ଟର ପ୍ଲାନ୍‌ ।

ବିଶେଷ କରି କପିଳେଶ୍ୱର ମନ୍ଦିର ନିକଟରେ ଭାରତୀୟ ତୈଳ ନିଗମ ଓ ASI ସହାୟତାରେ ଏକ ବ୍ରିଜ ନିର୍ମାଣ ହେବା ସହିତ ମନ୍ଦିର ପ୍ରାଚୀର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି ଆର୍କିଓଲୋଜିକାଲ୍‌ର ଡାଇରେକ୍ଟର ଜେନେରାଲ କିଶୋର କୁମାର ବାସା । ତେବେ ରାଜ୍ୟ ସରକାର ଯେତେଶୀଘ୍ର ଜମି ଦେବେ ସେତେ ଶୀଘ୍ର କାମ ହେବ ବୋଲି କୁହାଯାଇଛି । କେବେ ଆରମ୍ଭ ହେଉଛି ଉନ୍ନତିକରଣ କାମ ତାହାକୁ ସମସ୍ତଙ୍କର ଅପେକ୍ଷା ।