Advertisment

ମଣିଷଙ୍କୁ ପଶୁ ଇଞ୍ଜେକ୍‌ସନ ଦେବା ଘଟଣାରେ ASI ନିଲମ୍ବିତ

ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି ।

ଅଦ୍ୟତନ ହୋଇଛି
ASI Suspended

ASI Suspended

Advertisment

ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି । ASI ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

Advertisment

ଗତ ଶନିବାର ଦିନ ମହୁଲଡିହା ଗାଁର କିଛି ବ୍ୟକ୍ତି ବିଶ୍ୱନାଥ ବେହେରା ନାମକ ଜୈନେକ ଠକ ଡାକ୍ତରକୁ ମହୁଲଡିହା ଥାନାରେ ଜିମା ଦେଇଥିଲେ ମାତ୍ର କାର୍ଯ୍ୟରତ ASI ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ ସଂପୃକ୍ତ ନକଲି ଡାକ୍ତରକୁ ଛାଡି ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

ସୂଚନା ଅନୁସାରେ, ଇଂଜେକ୍ସନ ନେଇଥିବା ଶ୍ରୀକାନ୍ତ ମହାନ୍ତଙ୍କ ଏକ ଲିଖିତ ଅଭିଯୋଗ ପରେ ମହୁଲଡିହା ଥାନାରେ ହତ୍ୟା ଉଦ୍ୟମ, ଭୁଲ ଇଂଜେକ୍ସନ ଦେଇ ଠକିବା ଏବଂ କାର୍ଯ୍ୟରେ ଅବହେଳା ପରି ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ନକଲି ଡାକ୍ତର ଏବେ ବି ଫେରାର ରହିଥିବା ଜଣାପଡ଼ିଛି ।

Advertisment
Mayurbhanj Wrong Injection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ