Advertisment

ରାମଭକ୍ତ ଥିଲେ ‘ରାମାୟଣ’ର ରାବଣ : ପ୍ରତିଦିନ କ୍ଷମା ମାଗୁଥିଲେ

ନବେ ଦଶକର ଲୋକପ୍ରିୟ ଟିଭି ସିରିୟଲ୍ ‘ରାମାୟଣ’ରେ ରାବଣ ଭୂମିକା ନିଭେଇଥିବା ଅରବିନ୍ଦ ତ୍ରିବେଦୀ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାମାନନ୍ଦ ସାଗରଙ୍କ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ବହୁତ ନାମ କମେଇଥିଲେ। ସେ ରାବଣର ନକରାତ୍ମକ ଛବିକୁ ପରଦା ଉପରେ ଜୀବନ୍ତ କରି ଦେଖେଇଥିଲେ। କିନ୍ତୁ ପରଦାର ଏହି ରାବଣ ପ୍ରକୃତ ଜୀବନରେ ଜଣେ ସଚ୍ଚା ରାମଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନ ରାମଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ।

Arvind Trivedi was a devotee of Ram

Arvind Trivedi was a devotee of Ram

Advertisment

ନୂଆଦିଲ୍ଲୀ : ନବେ ଦଶକର ଲୋକପ୍ରିୟ ଟିଭି ସିରିୟଲ୍ ‘ରାମାୟଣ’ରେ ରାବଣ ଭୂମିକା ନିଭେଇଥିବା ଅରବିନ୍ଦ ତ୍ରିବେଦୀ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାମାନନ୍ଦ ସାଗରଙ୍କ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ବହୁତ ନାମ କମେଇଥିଲେ। ସେ ରାବଣର ନକରାତ୍ମକ ଛବିକୁ ପରଦା ଉପରେ ଜୀବନ୍ତ କରି ଦେଖେଇଥିଲେ। କିନ୍ତୁ ପରଦାର ଏହି ରାବଣ ପ୍ରକୃତ ଜୀବନରେ ଜଣେ ସଚ୍ଚା ରାମଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନ ରାମଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ।

Advertisment
Arvind Trivedi was a devotee of Ramରାମଭକ୍ତ ଥିଲେ ‘ରାମାୟଣ’ର ରାବଣ

ପୂର୍ବରୁ ଏକ ‍ସାକ୍ଷାତକାରରେ ଅରବିନ୍ଦ ତ୍ରିବେଦୀଙ୍କ ନାତୀ ଡା. ଅନେରୀ ତାଙ୍କୁ ନେଇ ଏକ ଭାବାତ୍ମକ କଥା କହିଥିଲେ। ସେ କହିଥିଲେ ଯେ ତାଙ୍କ ଜେଜେବାପା ଜଣେ ରାମଭକ୍ତ ଥିଲେ। ରାବଣର ବେଶଭୁଷା ହେବା ପୂର୍ବରୁ ସେ ପ୍ରତିଦିନ ଭଗବାନ ରାମଙ୍କର ଫଟୋ ସାମ୍ନାରେ ହାତଯୋଡି କ୍ଷମା ପ୍ରାର୍ଥନା କରୁଥିଲେ। ଡା. ଅନେରୀ କହିଥିଲେ ଯେ ଗୁଜୁରାଟର ଇଦର ଗ୍ରାମରେ ତାଙ୍କ ଜେଜେବାପା ଭଗବାନ ରାମଙ୍କର ଏକ ବହୁତ ବଡ ମୃର୍ତ୍ତି ତିଆରି କରିଥିଲେ। ସେ ପ୍ରତିଦିନ ରାବଣ ଭୂମିକା କରିବା ପୂର୍ବରୁ ରାମ ଓ ଶିବଙ୍କୁ କ୍ଷମା ମାଗୁଥିଲେ।

Arvind Trivedi was a devotee of Ramରାମଭକ୍ତ ଥିଲେ ‘ରାମାୟଣ’ର ରାବଣ
Advertisment

ତେବେ ରାମାୟଣ ସିରିୟଲ କରିବା ପୂର୍ବରୁ ଅରବିନ୍ଦ ଅନେକ ଗୁଜୁରାଟୀ ଶୋ’ରେ କାମ କରିସାରିଥିଲେ। ରାମାନନ୍ଦ ସାଗର ମଧ୍ୟ ତାଙ୍କ ଅଭିନୟ ଦେଖିଥିଲେ। ସେ ଯେତେବେଳେ ତାଙ୍କୁ ରାବଣ ଭୂମିକା ନେଇ ଅଡିସନ୍‌କୁ ଡାକିଥିଲେ ରାବଣର ପୋଷାକରେ ଅରବିନ୍ଦ ପୂରା ଫିଟ୍ ଲାଗିଲେ। ତେଣୁ ରାମାନନ୍ଦ ସାଗର ତାଙ୍କୁ ଏହି ଭୂମିକା ନେଇ ବାଛିଥିଲେ। କିନ୍ତୁ ଅରବିନ୍ଦ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ। କାରଣ ରାମାୟଣା ଶୋ’କୁ ସାଇନ୍ କରିବା ପୂର୍ବରୁ ସେ ପରେଶ ରାୱଲଙ୍କ ସହିତ ଗୋଟିଏ ପ୍ଲେ’ରେ କାମ କରୁଥିଲେ। ସେତେବେଳେ ଏହି ଶୋ’ ଖୁବ ଲୋକପ୍ରିୟ ଥିଲା। କିନ୍ତୁ ପରେଶ ରାୱଲ ତାଙ୍କୁ ବୁଝେଇଥିଲେ। ସେ ତାଙ୍କୁ କହିଥିଲେ ଏଭଳି ସୁଯୋଗ ଜୀବନରେ ଥରେ ହିଁ ଆସିଥାଏ, ତେଣୁ ଏହାକୁ ଛାଡିବା ଅନୁଚିତ। ଏହା ପରେ ଅରବିନ୍ଦ ରାମାୟଣ କରିବା ନେଇ ରାଜି ହୋଇଥିଲେ।

Arvind Trivedi was a devotee of Ramରାମଭକ୍ତ ଥିଲେ ‘ରାମାୟଣ’ର ରାବଣ

କିନ୍ତୁ ରାବଣ ଭୂମିକା ନେଇ ଅରବିନ୍ଦ ତ୍ରିବେଦୀ ପ୍ରଥମ ପସନ୍ଦ ନ ଥିଲେ। ଏହି ଭୂମିକା ପାଇଁ ଅରୁଣ ଗୋଭିଲ୍ ସମେତ ଅନ୍ୟ କଳାକାରମାନେ ମଧ୍ୟ ବଲିଉଡ ଖଳନାୟକ ଅମରୀଶ ପୁରୀଙ୍କୁ ପସନ୍ଦ କରିଥିଲେ। ସମସ୍ତେ ମଧ୍ୟ ଏଥିରେ ଏକମତ ଥିଲେ।

Advertisment

ଡା. ଅନେରୀ ଅରବିନ୍ଦଙ୍କ ଭାବମୂର୍ତ୍ତି ସଂପର୍କରେ ମଧ୍ୟ କହିଥିଲେ ଯେ ତାଙ୍କ ଜେଜେବାପା ରାବଣ ଭୂମିକାରେ ଅଭିନୟ କରୁଥିଲେ ମଧ୍ୟ ଲୋକେ ତାଙ୍କୁ ଭଲପାଉଥିଲେ। ଲୋକେ ଆସି ତାଙ୍କ ପାଦ ଛୁଉଁଥିଲେ ଆଉ ତାଙ୍କର ବହୁତ ବଡ ଫ୍ୟାନ୍ ବୋଲି ମଧ୍ୟ କହୁଥିଲେ।

Arvind Trivedi was a devotee of Ramରାମଭକ୍ତ ଥିଲେ ‘ରାମାୟଣ’ର ରାବଣ

ପ୍ରକାଶଥାଉ ଯେ ଅରବିନ୍ଦ ତ୍ରିବେଦୀଙ୍କ ଜନ୍ମ ମଧ୍ୟପ୍ରଦେଶର ଉଜ୍ଜୈନ୍ ସହରରେ ହୋଇଥିଲା। ସେ ଗୁଜୁରାଟୀ ରଙ୍ଗମଞ୍ଚରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୪୦ ବର୍ଷ ଧରି ଗୁଜୁରାଟୀ ସିନେମାରେ କାମ କରିଛନ୍ତି। ସେ ତାଙ୍କ ଅଭିନୟ ଜୀବନ ଭିତରେ ପାଖାପାଖି ୩୦୦ ହିନ୍ଦୀ ଓ ଗୁଜୁରାଟୀ ଫିଲ୍ମରେ କାମ କରିଛନ୍ତି।

ରାମାୟଣ ପରେ ଅରବିନ୍ଦ ତ୍ରିବେଦୀ ରାଜନୀତିରେ ବି ପାଦ ରଖିଥିଲେ। ରାମାୟଣରେ ଲୋକପ୍ରିୟ ହେବା ପରେ ବିଜେପି ତାଙ୍କୁ ସାବରକାଣ୍ଠାରୁ ଟିକେଟ୍ ଦେଇଥିଲା। ସେ ମଧ୍ୟ ବହୁମତ ହାସଲ୍ କରି ଜିତିଥିଲେ। ସେ ୧୯୯୧-୯୬ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ମଧ୍ୟ ଥିଲେ।

Ramayan Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ