Advertisment

କରୋନା ପାଇଁ ଜୀବିକା ହରାଇଲେଣି କାରିଗର

ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି ।

ଅଦ୍ୟତନ ହୋଇଛି
କରୋନା ପାଇଁ ଜୀବିକା ହରାଇଲେଣି କାରିଗର

Family Problem

Advertisment

ବିନିକା: (ଦିଲୀପ କୁମାର ସାହୁ) : ଶହଶହ ବର୍ଷ ଧରି କାଠରୁ ସେମାନେ ଜଗନ୍ନାଥଙ୍କ ଜୀବନ୍ତ ମୁର୍ତି ତିଆରି କରୁଥିଲେ କାଠ କାରିଗର ମାନେ। ଭଳ ଦୁଇପଇସା ମଧ୍ୟ ଲାଭବାନ ପାଉଥିଲେ । କିନ୍ତୁ ଏମାନଙ୍କ ଉପରେ ଏବେ କରୋନାର ଚଡକ ପଡିଛି । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡ଼ାର ମହାରଣା ପରିବାରର କଥା । ଏବେ ସ୍ୱାମୀ ସ୍ତ୍ରୀ ନିଜ କୌଳିକ ବୃତିକୁ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି।

Advertisment

ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି ।

Advertisment

ପିଢିପରେ ପିଢି ଧରି ବିନିକା ନୁଆପଡାର ଏହି ମହାରଣା ପରିବାର ନିଜ କୈାଳିକ ବୃତିକୁ ବଂଚାଇ ରଖିଛନ୍ତି । ବାପାଙ୍କ ଠାରୁ କାରିଗରୀ ଶିଖିବା ପରେ ଏବେ ସଚ୍ଚିତାନନ୍ଦ ପରିଣତ ବୟସରେ ବି ତାଙ୍କ ସ୍ତ୍ରୀ ମିଥିଳାଙ୍କ ସହ ଲିମ୍ବ କାଠରେ ଅତି ସୁନ୍ଦର କାରିଗରୀରେ ଜଗତରନାଥ ଜଗନ୍ନାଥ,ସୁଭଦ୍ରା ଏବଂ ବଳଭଦ୍ରଙ୍କ ମୁର୍ତି ତିଆରି କରୁଛନ୍ତି ।ପ୍ଲାଷ୍ଟିକ ଯୁଗରେ ହଜିଯାଉଥିବା କଳାକୁ ବଂଚାଇ ରଖିଛନ୍ତି ଏହି ଦମ୍ପତି । ସରକାରୀ ସହାୟତା ମିଲିଳେ ଜିଲ୍ଲାର ଅନେକ କାରିଗରଙ୍କୁ ତାଲିମ ଦେବା ସହ ଏମାନେ ନିଜ କଳାକୁ ବଂଚାଇ ମଧ୍ୟ ରଖିପାରିବେ ବୋଲି କହିଛନ୍ତି । ଅପରପକ୍ଷରେ ବିନିକା ତହସିଲଦାରଙ୍କୁ ପଚାରିବାରୁ କାଠ କାରିଗରଙ୍କୁ ପ୍ରଶଂସା କରିବା ସହ ଶିଳ୍ପ ବିଭାଗ ସହ ଯୋଗାଯୋଗ କରିଲେ ସହାଯ୍ୟ ସହଯୋଗ ମିଳିପାରିବ ବୋଲି କହିଛନ୍ତି ।

ତେବେ ମୋଟ୍‌ ଉପରେ କହିବାକୁ ଗଲେ କରୋନା କାଳରେ ଅନେକ କାଗିରଗ ନିଜର ରୋଜଗାର ହରାଇଛନ୍ତି। କରୋନା କଟକଣା ପାଇଁ ଲୋକମାନେ ବଜାର ଘାଟକୁ ଆସୁନାହାନ୍ତି ତେଣୁ ମୂର୍ତି ତିଆରି କଲେ ତାହାକୁ କେହି ନେଉନାହାନ୍ତି, ତେଣୁ ମୂର୍ତି ତିଆରି କରିବାରୁ ମୁହଁ ଫେରାଇ ନେଉଛନ୍ତି କାରିଗର। ଏବେ ପରିବାର ଚଳାଇବା ପାଇଁ କେବଳ ସହକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଲୋକେ।

Advertisment
Odisha COVID-19 OdishaNews
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ