Advertisment

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Artha Tatwa Chid Fund Scam

Artha Tatwa Chid Fund Scam

Advertisment

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କାରଣରୁ ଶୁଣାଣି ହୋଇ ନପାରିଲେ ଏହା ଉପରେ ପୂର୍ବରୁ ଜାରି ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇବା ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଅର୍ଥତତ୍ତ୍ୱ ଠକେଇ ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ବିରୋଧରେ ସିବିଆଇ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି।  ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ନିମ୍ନ ଅଦାଲତରେ ଅଶୋକ ମହାନ୍ତିଙ୍କ ମାମଲାର ଶୁଣାଣି ୨୦୧୮ ମସିହାରୁ ହୋଇପାରୁନାହିଁ। ଅନ୍ୟପକ୍ଷେ, ହାଇକୋର୍ଟରେ ଚାଲିଥିବା ରିଭିଜନ ପିଟିସନ୍‌ର ଶୁଣାଣିରେ ଅଗ୍ରଗତି ମଧ୍ୟ ହେଉନାହିଁ ବୋଲି ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା। 

ଚଳିତ ବର୍ଷ ଜୁନ୍‌ରେ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ୯ ଘଣ୍ଟା ଜେରା କରିଥିଲା। ଇଡି ଅଫିସରେ ଏକ ୫ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲେ। AT ଗ୍ରୁପ୍ ଲିଙ୍କରେ ତାଙ୍କୁ ଜେରା ହୋଇଥିଲା ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୯ରେ ପ୍ରଭାତଙ୍କୁ ସମାନ ଘଟଣାରେ ଜେରା କରିଥିଲା ଇଡି। 

Advertisment

ସୂଚନାଥାଉ କି, ୨୦୧୪ ମସିହା ଅକ୍ଟୋବର ୩୧ରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ଲିଙ୍କ୍ ମାମଲାରେ ପ୍ରଭାତ ତ୍ରିପାଠୀ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଏଟି ଗ୍ରୁପ୍ ଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ହାତେଇ ଥିବା ଲିଙ୍କ୍‌ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। 

Supreme Court Orissa High Court Artha Tatwa Chid Fund Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ