ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍‌ଶିପ୍ ପ୍ରଦାନ କଲା ଓଟିଭି

ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।

Arindam Das Scholarship

ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍‌ଶିପ୍ ପ୍ରଦାନ କଲା ଓଟିଭି । କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଏହି ସହାୟତା ମିଳିଛି । ବୁଧବାର ଭୁବନେଶ୍ୱର ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ଅମ୍ଲାନଙ୍କ ବାପାଙ୍କୁ ସ୍କଲାର୍‌ଶିପ୍ ରାଶି ପ୍ରଦାନ କରିଛନ୍ତି ଓଟିଭି ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର । ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।

ଅମ୍ଲାନ୍ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂରେ ତୃତୀୟ ବର୍ଷ ଛାତ୍ର । ପାଠ ପଢ଼ା ସୁବିଧା ପାଇଁ OTV ପକ୍ଷରୁ ତାଙ୍କୁ ଏହି ସ୍କଲାର୍‌ଶିପ୍ ଦିଆଯାଇଛି । ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ପରଲୋକକୁ ଇତି ମଧ୍ୟରେ ବର୍ଷେ ପୂରିଛି । ତାଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏହି ସ୍କଲାର୍‌ଶିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରତିବର୍ଷ ଆର୍ଥିକ ଅନଗ୍ରସର ବର୍ଗର ଜଣେ କୃତୀ ଛାତ୍ରଙ୍କୁ ଏହି ସହାୟତା ପ୍ରଦାନ କରାଯିବ ।