Advertisment

ପରିବାର ଅଦାଲତରେ ଅନୁଭବ,ବର୍ଷା : ଉଭୟଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍

କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ, ବର୍ଷା

ଅଦ୍ୟତନ ହୋଇଛି
Anubhav-Barsha Marital Dispute

Special story

Advertisment

କଟକ ପରିବାର ଅଦାଲତରେ ହାଜର ହେଲେ  ସାଂସଦ ଅନୁଭବ ମହାନ୍ତି  ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ମାମଲାରେ ଉଭୟେ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ବର୍ତ୍ତମାନ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇ ଦେଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍‌ ଚ୍ୟାମ୍ବର ପଠାଇଥିବା କୁହାଯାଉଛି । କୋର୍ଟରେ ନିଜର ଅନ୍ୟ ସବୁ କାମ ଶେଷ କରିବା ପରେ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

Advertisment

ଆଜି ଦିନ ପ୍ରାୟ ୧୧ଟାରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା । କାରଣ ଆଜି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ସେଥିପାଇଁ ଦିନ ୨ଟା ବେଳେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଥିଲା ।

MP Anubhav Mohanty Barsha Priyadarshini Anubhav-Barsha Marital Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ