Advertisment

ଘର ଚାବି ପାଇଁ ସାମ୍ନାସାମ୍ନି ହେଲେ ବର୍ଷା-ଅନୁଭବ : ସିସିଟିଭି ଫୁଟେଜ ଭାଇରାଲ

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି

ଅଦ୍ୟତନ ହୋଇଛି
Anubhav Mohanty

Anubhav Mohanty

Advertisment

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ତାଲା ଆଣି ଚାବି ଖୋଲୁଥିବା ଦେଖିବାକୁ ମିଳିଛି। ଏହାସହ ବର୍ଷା ବାହାରୁ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ବର୍ଷାଙ୍କ ସହ ଜଣେ ମହିଳା ମଧ୍ୟ ଉପସ୍ଥିତ ଅଛନ୍ତି।

Advertisment
 
Anubhav MohantyAnubhav Mohanty

କେବଳ ବର୍ଷାଙ୍କ ପାଖରେ ନୁହେଁ ବରଂ ଅନୁଭବଙ୍କ ପାଖରେ ମଧ୍ୟ ଜଣେ କେହି ଛିଡ଼ା ହୋଇଛନ୍ତି। କିନ୍ତୁ ତାଙ୍କର ମୁହଁ ସିସିଟିଭିରେ ଦେଖାଯାଉନାହିଁ। ଅନୁଭବ ବର୍ଷା କହୁଛନ୍ତି, ଏହି ଚାବିରେ ଏହି ତାଲା ଖୋଲୁଛି। ଆପଣ ଆଖି ସାମ୍ନାରେ ଦେଖୁଛନ୍ତି। ପୁଣି କେମିତି କହୁଛନ୍ତି ବୋଲି ଅନୁଭବ କହୁଥିବା ଶୁଣାଯାଉଛି। ଏହାସହ ଅନୁଭବ କହୁଛନ୍ତି, ସନ୍ଧ୍ୟାବେଳଠାରୁ ଯିବା ପାଇଁ ଅପେକ୍ଷା କରିଛି କିନ୍ତୁ ମୁଁ ନିଜ ଘରକୁ ବି ଯାଇପାରୁନି। ଘରେ ଗୋଟିଏ ଚାବି ରହୁ, ଆଉ ମୁଁ ଯେତେବେଳେ ଚାହିଁବି ଘରକୁ ଯାଇପାରିବି ବୋଲି ଅନୁଭବ କହୁଥିବାର ଶୁଣିବାକୁ ମିଳିଛି। ତେବେ ଏହି ଭିଡ଼ିଓଟି ପୂର୍ବ ବର୍ଷର ବୋଲି କୁହାଯାଉଛି।

Varsha Priyadarshini Anubhav Mohanty CCTV Visual
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ