Advertisment

ପଞ୍ଚମ ଭିଡିଓ ଛାଡ଼ିଲେ ଅନୁଭବ : ବନ୍ଧୁଙ୍କୁ ସାକ୍ଷୀ ବନାଇଲେ, ଏଥର ଟାର୍ଗେଟରେ କିଏ ?

ଅନୁଭବଙ୍କ ଅଭିଯୋଗର ଫର୍ଦ୍ଦ ସରୁନି । ଏଥର ଆଉ ଜଣେ ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ ।

ଅଦ୍ୟତନ ହୋଇଛି
anubhav

anubhav

Advertisment

ଅନୁଭବ ଛାଡ଼ିଲେ ପଞ୍ଚମ ଭିଡିଓ । ଭିଡିଓ ପୋଷ୍ଟ କରି ଟାର୍ଗେଟ କରିବା ଅଭ୍ୟାସକୁ ସହଜରେ ଛାଡ଼ି ପାରୁନାହାନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ନିଜ ୟୁ-ଟ୍ୟୁବ୍ ଚ୍ୟାନେଲରେ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁଥିରେ ଅନୁଭବ ଦୀପୁ ନାମକ ଜଣେ ବନ୍ଧୁଙ୍କ ସହ ସାମ୍ନାକୁ ଆସିଛନ୍ତି । ଭିଡିଓରେ ଜଣେ ଭଦ୍ର ମହିଳା ଏବଂ ଅଭିନେତ୍ରୀଙ୍କ ସଂପର୍କରେ କଥା ହେଉଛନ୍ତି ।

Advertisment

ଯାଜପୁର ଜିଲ୍ଲା କତରାପୁର ଗାଁକୁ ଯାଇଥିବା ବେଳେ ସେଠାକୁ ଯାଇଥିବା ଅଭିନେତ୍ରୀ ଜଣଙ୍କ ସେଠାରେ ଥିବା ଲୋକଙ୍କ ପ୍ରତି କିଭଳି ଅଭଦ୍ରୋଚିତ ବ୍ୟବହାର କରିଥିଲେ ଏବଂ ଅନୁଭବ କିଭଳି ସଂପୃକ୍ତ ଅଭିନେତ୍ରୀଙ୍କ ଆଚରଣକୁ ବିରୋଧ କରିଥିଲେ ସେନେଇ ଉଭୟେ ଆଲୋଚନା କରୁଛନ୍ତି । ହେଲେ ସଂପୃକ୍ତ ଅଭିନେତ୍ରୀ ବା ଭଦ୍ର ମହିଳା ଜଣକ କିଏ ତାକୁ ନେଇ ଚର୍ଚ୍ଚା ହେଉଛି । କାରଣ ପୂରା ଭିଡିଓରେ ଉଭୟ ଅନୁଭବ କିମ୍ବା ଦୀପୁ କେହି ବି ସଂପୃକ୍ତ ଅଭିନେତ୍ରୀଙ୍କ ନାଁ ନେଇ ନାହାନ୍ତି ।

ପୂର୍ବରୁ ପତ୍ନୀ ବର୍ଷାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅନୁଭବ ଲଗାତର ଭିଡିଓ ପୋଷ୍ଟ କରୁଥିଲେ । ହେଲେ ବର୍ଷା ଏନେଇ ହାଇକୋର୍ଟକୁ ଯିବା ପରେ କେହି କାହା ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ମନ୍ତବ୍ୟ ଦେଇ ପାରିବେନି କି ଆପତ୍ତିଜନକ ଆକ୍ଷେପ କରିବେ ନାହିଁ ବୋଲି ମାନ୍ୟବର କୋର୍ଟ ତାଗିଦ୍ କରିଥିଲେ । ଏପରିକି ପତ୍ନୀ ବର୍ଷାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ମଧ୍ୟ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ । ହେଲେ ଏହା ସତ୍ତ୍ୱେ ମଧ୍ୟ ଅନୁଭବଙ୍କ ଏ ସଦ୍ୟ ଭିଡିଓ ବାହାରକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। 

Advertisment
Anubhav Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ