Advertisment

‘ଭଲ ପାଇ ଭୁଲ୍‌ କଲି, ନ୍ୟାୟକୁ ଅପେକ୍ଷା କରିବାଠୁ ବରଂ ‍ଭଲ ମୃତ୍ୟୁକୁ ଆପଣାଇ ନେବା; କିନ୍ତୁ ମୁଁ କେବେବି...’

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Anubhav Mohanty Shares New Video On Social Media

Anubhav Mohanty Shares New Video On Social Media

Advertisment

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସେ ତାଙ୍କ ପରିବାର, ସମ୍ପର୍କ ଓ ପଲିଟିକାଲ୍‌ କ୍ୟାରିୟର ବିଷୟରେ କହିଛନ୍ତି। ଏପରିକି ସେ ଭାବବିହ୍ୱଳ ହୋଇପଡ଼ିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। 

Advertisment

‘ଭଲ ପାଇ ଭୁଲ୍‌ କଲି। ଜୀବନରେ ଗୋଟିଏ ମାତ୍ର ଭୁଲ କରିଛି ତାହା ହେଉଛି ଜୀବନ ସାଥୀ ବାଛିବାରେ। ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି। ହେଲେ ମୋ ଘରେ କେହିବି ରାଜି ନଥିଲେ। ଏପରିକି ତାଙ୍କ ଘରେ ମଧ୍ୟ କେହିବି ରାଜି ନଥିଲେ। ୨୦୦୮ ମସିହାରେ ଜଣକୁ ଭଲ ପାଇଲି। ୨୦୧୪ରେ ତାଙ୍କୁ ବିବାହ କଲି। ତାପରଠୁ କେବେ ବି ଅନ୍ୟ ଝିଅ ସମ୍ପର୍କରେ ଭାବି ନାହିଁ। ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନନେଇ ବି ତାଙ୍କ ଇସାରାରେ ଅନେକ କିଛି କହିଛନ୍ତି ଅନୁଭବ। ଏହି ଭିଡିଓକୁ ଫେସ୍‌ବୁକ୍‌ରେ ‘Anubhav Mohanty The Real Hero Of Kendrapara’ ଶେଆର କରିଛି। 

ସେ ଭଲ ପାଇଥିଲେ ହେଲେ ସେଥି ପାଇଁ କୋର୍ଟ କଚେରୀକୁ ଯିବାକୁ ପଡ଼ିଲା ବୋଲି କହି ଭାବବିହ୍ୱଳ ହୋଇଛନ୍ତି ଅନୁଭବ। ସେ ଆହୁରି କହିଛନ୍ତି, ‘ମୁଁ ଜାଣି ସାରିଲିଣି ନ୍ୟାୟକୁ ଅପେକ୍ଷା କରିବାଠାରୁ ବରଂ ଭଲ ମୃତ୍ୟୁକୁ ଆପଣାଇ ନେବା। ହେଲେ ମୁଁ କେବେବି ଏମିତି କିଛି କରିବି ନାହିଁ। ଗୋଟେ ସମୟରେ ମୁଁ ମୃତ୍ୟୁକୁ ଚାହୁଁଥିଲି।’

Advertisment

ଶେଷରେ ଅନୁଭବ କହିଛନ୍ତି, ‘ଭିଡିଓ ପରେ ମୁଁ ଜାଣିନି ରାଜନୀତିରେ କ’ଣ ହେବ। ହେଲେ ଯାହା ବି ନିଷ୍ପତ୍ତି ନିଆଯିବ ସେସବୁ ମୁଁ ଗ୍ରହଣ କରିବି। ବିନା ସ୍କ୍ରିପ୍ଟରେ ଏ ଭିଡିଓ କରିଛି ବୋଲି ଅନୁଭବ କହିଛନ୍ତି। ସୂଚନାଥାଉ କି, ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରାଧିନ ରହିଛି।

 

MP Anubhav Mohanty Varsha Priyadarshini Anubhav Mohanty Anubhav- Varsha Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ