Ants commit robbery of gold chain? Netizens in SHOCK after viral video surfaces | WATCH
ଲୋକେ ସାଧାରଣତଃ ଚୋରମାନଙ୍କଠାରୁ ନିଜ ସୁନାଗହଣାକୁ ସୁରକ୍ଷିତ ରଖିଥାନ୍ତି । ହେଲେ କେବେ ଭାବିଛନ୍ତି କି ବିନା କୌଣସି ଚୋର ଥାଇ ମଧ୍ୟ ଜିନିଷ ଚୋରି ହୋଇପାରିବ । ଠିକ୍ ଏହିପରି ସମାନ୍ ଘଟଣା ଦେଖିବାକୁ ମିଳିଛି ଯେଉଁଠି କୌଣସି ଚୋର ବିନା ହିଁ ଚୋରି ହେଉଛି ସୁନା ଚେନ୍ । ଏଠାରେ ଆପଣମାନେ ଭାବୁଥିବେ କି ଚୋରଙ୍କ ଅନୁପସ୍ଥିତିରେ ବି କିପରି ଚୋରି ହୋଇପାରିବ ? ତେବେ କହିରଖୁଛୁ ଏହି ଚୋରି କେଉଁ ମଣିଷ କରୁନାହିଁ ବରଂ ଜନ୍ଦା କରୁଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ବିଷୟ ଜାଣି ହୁଏତ ଆପଣଙ୍କର ହୋସ୍ ଉଡ଼ିବା ସହ ଆପଣ ଭାବୁଥିବେ ସାଧାରଣ ଏକ ନିରୀହ ଜନ୍ଦା କିପରି ଭାବେ ଚୋରି କରିପାରିବ ? ତେବେ ଆସନ୍ତୁ ଜାଣିବା ପୁରା ମାମଲା କ’ଣ....
ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେଉଛି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭାଇରାଲ୍ ଭିଡିଓରେ ଜନ୍ଦା ଦଳ ଏକ ସୁନା ଚେନ୍ ନେଇଥିବାର ନଜର ଆସିଛନ୍ତି । ଏହା କେବଳ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି ତାହା ନୁହେଁ ଭିଡ଼ିଓଟିକୁ ଦେଖି ଆପଣ ବି ହସି ହସି ବେଦମ୍ ହୋଇଯିବେ ।
ଦେଖନ୍ତୁ ସେହି ଭିଡ଼ିଓ :-
ପିମ୍ପୁଡ଼ି ଗୋଷ୍ଠୀରେ କାମ କରିବା ଜଣାଶୁଣା କିନ୍ତୁ ଏହି କ୍ଲିପ୍ ଏକତ୍ର ରହିବାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏକତା ମଧ୍ୟରେ ଶକ୍ତି କିପରି ଅଛି ତାହା ଏଠାରେ ଦେଖିବାକୁ ମିଳିଛି । ଏହି କ୍ଲିପ୍ ସୋସିଆଲ ମିଡିଆ ଶେୟାର କରାଯାଇଥିବାବେଳେ ଏଥିରେ ଅନେକ ୟୁଜର୍ସ କମେଣ୍ଟ ଓ ଲାଇକ୍ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656592152.jpg)