Advertisment

‘ମୁଁ ସୁମିତ୍‌ଙ୍କୁ ବରବାଦ୍‌ କରିବାକୁ ଚାହୁଁନି, ମୋତେ ମୋ ସୁମିତ୍‌ଙ୍କୁ ଦେଇ ଦିଅ’

‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍‌ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍‌ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍‌ ଫେରି ଆସନ୍ତୁ।’ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ ତପସ୍ୱିନୀ ଦାଶ ଓରଫ ଡିମ୍ପଲ।

ଅଦ୍ୟତନ ହୋଇଛି
Sumit-Tapaswini Marital Dispute

Sumit-Tapaswini Marital Dispute

Advertisment

ବ୍ରହ୍ମପୁର: ‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍‌ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍‌ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍‌ ଫେରି ଆସନ୍ତୁ। ମୁଁ ପଇସା ପାଇଁ ଏସବୁ କିଛି କରୁ ନାହିଁ। ମୁଁ ମୋ ସୁମିତ୍‌ଙ୍କୁ ଚାହୁଁଛି। ବାପା ଦୟାକର, ମୋତେ ମୋ ସୁମିତ୍‌ଙ୍କୁ ଦେଇ ଦିଅ।’ ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ ତପସ୍ୱିନୀ ଦାଶ ଓରଫ ଡିମ୍ପଲ। ପୁଣି ଏକ ଭିଡିଓ ଜାରି କରି ସ୍ୱାମୀଙ୍କ ନିକଟତର ହେବାକୁ ତପସ୍ୱିନୀ ଚେଷ୍ଟା କରିଛନ୍ତି। ସୋସିଆଲ ମିଡିଆରେ ବର୍ତ୍ତମାନ ତପସ୍ୱିନୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। 

Advertisment

ଭିଡିଓରେ ତପସ୍ୱିନୀ ମନର ବେଦନାକୁ ପ୍ରକାଶ କରି ସ୍ୱାମୀ ସୁମିତ୍‌ଙ୍କ ଫେରିବା ବାଟକୁ ଚାହିଁ ରହିଥିବା କହିଛନ୍ତି। ଏହାସହ ସୁମିତ୍‌ଙ୍କୁ ଫେରି ଆସିବାକୁ ନିବେଦନ ମଧ୍ୟ କରିଛନ୍ତି। କାନ୍ଦି କାନ୍ଦି ତପସ୍ୱିନୀ କହିଛନ୍ତି, ‘ସୁମିତଙ୍କୁ ଭଲ ପାଇ ବାହା ହୋଇଥିଲି। ତାଙ୍କୁ ବହୁତ ବିଶ୍ୱାସ କରିଥିଲି। ଖୁସିରେ ସଂସାର କରିବାକୁ ଉଭୟ ଚାହିଁଥିଲେ। ହେଲେ ସେମିତି କିଛିବି ହେଲାନି। ଆଜି ଏସବୁ ଭାବିକି ଦୁଃଖ ଲାଗୁଛି ଯେ, ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍‌ କରିବାକୁ ଚାହୁଁଛନ୍ତି। ସମସ୍ତେ ଚାହୁଁଛନ୍ତି ମୋତେ ଏ ବାରଣ୍ଡାରୁ ଉଠାଇବା ପାଇଁ। ଏହାସହ କେତେ କ’ଣ ପ୍ଲାନ୍ କରୁଛନ୍ତି। ଯାହାକୁ ସ୍ୱାମୀ ଭାବି ହାତ ଧରିଥିଲି, ସେବି ଶେଷରେ ହାତ ଛାଡ଼ି ଦେଲେ। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍‌ କରିବାକୁ ଚାହେଁନି।’

ତପସ୍ୱିନୀ ଆହୁରି କହିଛନ୍ତି, ‘ମୁଁ ଚାହୁଁଛି ସୁମିତ୍‌ ଫେରି ଆସନ୍ତୁ। ସୁମିତ୍‌ଙ୍କୁ ଦେବା ପାଇଁ ଡିମ୍ପଲ ପାଖରେ କିଛିବି ନାହିଁ। କେବଳ ଡିମ୍ପଲ ଅଛି, ସୁମିତ୍‌ଙ୍କ ପାଇଁ। ମୁଁ ବଞ୍ଚିଛି। ମୋତେ ନେଇଯାଅ। କିଏ ଜାଣେ, କାଲି ମୋ ମୁଣ୍ଡକୁ ମରିବା ପାଇଁ ଆସେ। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି।  ମୁଁ ମୋ ସୁମିତ୍‌ଙ୍କୁ ଚାହୁଁଛି। ଶ୍ୱଶୁରଙ୍କୁ କହୁଛି, ବାପା ଦୟାକର, ଯଦି ବି କିଛି ଭୁଲ୍‌ କରିଛି ତା‘ହେଲେ ଛୋଟ ଝିଅ ଭାବି କ୍ଷମା କରି ଦିଅନ୍ତୁ। ମୋତେ ମୋ ସୁମିତ୍‌ଙ୍କୁ ଦେଇ ଦିଅ। ଏ ଲଢେଇ କେବଳ ମୁଁ ସୁମିତ୍‌ଙ୍କ ପାଇଁ କରୁଛି। ବଞ୍ଚି ଥାଉ ଥାଉ ମୋତେ ଗ୍ରହଣ କରି ନିଅନ୍ତୁ।’

Advertisment

ସୂଚନାଥାଉ କି, ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଥିଲେ। ଫଳରେ ତପସ୍ୱିନୀଙ୍କ ଓକିଲ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି। ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। 

Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ