ବିପଦରେ ଗଜରାଜ: ପୁଣି ଏକ ହାତୀକୁ ଗୁଳିମାଡ଼ !

କଟକ ନରସିଂହପୁର ଅଞ୍ଚଳରେ ପୁଣି ଏକ ହାତୀକୁ ଗୁଳିମାଡ ହୋଇଥିବା ସୂଚନା ।

Another elephant shot at by poachers in Cuttack forest

କଟକ ନରସିଂହପୁର ଅଞ୍ଚଳରେ ପୁଣି ଏକ ହାତୀକୁ ଗୁଳିମାଡ ହୋଇଥିବା ସୂଚନା । ନୂଆଗଡ଼ ଜଙ୍ଗଲରେ ଶିକାରୀ, ଏକ ହାତୀ ଉପରକୁ ଗୁଳିମାଡ଼ କରିଛନ୍ତି । ଗୁଳିଟି ହାତୀର କାନ ପାଖରେ ବାଜିଛି । ଶିକାରୀ ଗୁଳି କରିଥିବା ନେଇ ଦାୟିତ୍ୱରେ ଥିବା ସ୍ଥାନୀୟ ରେଞ୍ଜରଙ୍କ ପକ୍ଷରୁ ସୂଚନା ମିଳିଛି ।

ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ କିଛି ଦିନ ତଳେ ନରସିଂହପୁରରେ ଜୀବନ ସହ ସଂଘର୍ଷ କରି ଏକ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ଏହାପୂର୍ବରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା ।