Rourkela RSP
ପୁଣି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା । ଜଣେ ମୃତ, ଆଉ ଜଣେ ଗୁରୁତର । ସିପିପି ଓ୍ୱାନ୍ରେ ପ୍ଲେଟ ଖସି ଜଣେ ମୃତ, ଆଉ ଜଣେ ଗୁରୁତର । ଉଭୟ ମୃତାହତ ଠିକା କର୍ମଚାରୀ ବୋଲି ସୂଚନା ମିଳିଛି । ଆହତ ଆଇଜିଏଚ୍ରେ ଭର୍ତ୍ତି । ମୃତକଙ୍କ ନାଁ ଅମର ପଣ୍ଡା ଓ ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନେ ଗୋମତି କନ୍ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ ।
ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏଥିରେ ବିଶେଷ କରି ଠିକା କର୍ମଚାରୀମାନଙ୍କର ହିଁ କ୍ଷତି ହେଉଛି। ସେମାନଙ୍କ ଜୀବନ ଯାଉଛି ନହେଲେ ଆହତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ଦିଗରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଠୋସ୍ ପଦକ୍ଷେପ ନେବା ଉଚିତ୍ ବୋଲି ସାଧାରଣରେ ଦାବି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643532171.jpg)