Animal skeleton creates panic among locals in Nuapada
ହଷ୍ଟେଲ୍ ଭିତରେ କଙ୍କାଳକୁ ନେଇ ଚର୍ଚ୍ଚା । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି ।
କରୋନା ସମୟରେ କ୍ୱାରେଣ୍ଟିନ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ଏହି ହଷ୍ଟେଲ୍ ଏବେ ବନ୍ଦ ପଡ଼ିଛି । ହେଲେ ଏବେ ସେଠାରେ ଖେଳୁଥିବା କିଛି ପିଲା ଝରକା ପଟେ ହଷ୍ଟେଲ୍ ରୁମ୍ ଭିତରେ କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ଏକ ଛୋଟ ଛୁଆର କଙ୍କାଳ ହୋଇଥାଇ ପାରେ ବୋଲି ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଏନେଇ କାର୍ଲାକୋଟ୍ ବାସିନ୍ଦା କହିଛନ୍ତି ଯେ, ‘ହଷ୍ଟେଲ୍ ଝରକା ବାଟେ ଦେଖିବାରୁ ଭିତରେ ଏକ କଙ୍କାଳ ପଡିଥିଲା । ଆମେ ଏହାକୁ ଦେଖି କାହାର କଙ୍କାଳ ଅନୁମାନ କରିପାରିଲୁ ନାହିଁ । ’
ଘଟଣାସ୍ଥଳରେ ଖଡ଼ିଆଳ ଏସ୍ଡିପିଓ ଏବଂ ବୋଡେନ୍ ଥାନା ପୋଲିସ ପହଞ୍ଚି କୋଠରୀକୁ ତନ୍ନତନ୍ନ କରି ଦେଖିଥିଲେ । ପରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୋଲିସ କହିଛି ।
ଏନେଇ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା କହିଛନ୍ତି ଯେ, ‘ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲ ନିକଟସ୍ଥ ଛାତ୍ରୀ ନିବାସରେ କଙ୍କାଳ ପଡିଥିବା ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚି ଯାଂଚ କରିଥିଲୁ । ଯାହା ପରେ ଏହା କୌଣସି ନର କଙ୍କାଳ ନୁହଁ ବରଂ ଏକ ବନ୍ୟ ଜନ୍ତୁର କଙ୍କାଳ ବୋଲି ଜଣାପଡିଥିଲା’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653277675.jpg)