Advertisment

ଏଣିକି ରାସ୍ତା ପାର୍‌ ହେବାବେଳେ ଆଉ ଯିବନି ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ

ମାଙ୍କଡ଼ଙ୍କ ପାଇଁ ବ୍ରିଜ୍ । କେବଳ ମାଙ୍କଡ଼ ନୁହେଁ ଜଙ୍ଗଲରେ ରହୁଥିବା ଅନ୍ୟ ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ...

ଅଦ୍ୟତନ ହୋଇଛି
Animal Bridges In Odisha

Animal Bridges In Odisha

Advertisment

ଅନେକ ସମୟରେ ରାସ୍ତା ପାର୍ ହେବା ସମୟରେ ନିରୀହ ଜୀବଜନ୍ତୁଙ୍କ ଜୀବନ ଯାଇଥାଏ । ରାସ୍ତାରେ ଯାଉଥିବାବେଳେ ଟ୍ରକ୍ ବସ୍ ଭଳି ବଡ଼ ବଡ଼ ଗାଡି ଚକ ତଳେ ଚାପି ହୋଇ ଏହି ନିରୀହ ପ୍ରାଣୀମାନେ ପ୍ରାଣ ହରାଇଥାନ୍ତି । ତେବେ ଜଙ୍ଗଲୀ ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ କୋଇଡ଼ା ବନବିଭାଗ ପକ୍ଷରୁ ଏକ ନୂଆ ଯୋଜନା କରାଯାଇଛି । ଯାହା ଦ୍ୱାରା ଜଙ୍ଗଲୀ ପଶୁଙ୍କ ଜୀବନ ରକ୍ଷା ହୋଇପାରିବ । ଏଥିପାଇଁ କୋଇଡ଼ା ଜଙ୍ଗଲରେ ତିଆରି ହୋଇଛି କାନୋପି ବ୍ରିଜ୍ ।

Advertisment

ଜଙ୍ଗଲରେ ରହୁଥିବା ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ(କାନୋପି ବ୍ରିଜ୍) । ଶୁଣିବାକୁ ଟିକିଏ ନୂଆ ନୂଆ ଲାଗୁଛି ନା ? ଯାନବାହନ ଚଳାଚଳ କରୁଥିବା ରାସ୍ତାରେ ଗୋଟିଏ ଏଗଛରୁ ଅନ୍ୟ ଗଛକୁ ସଂଯୋଗ କରୁଥିବା ଏହି କାନୋପି ବ୍ରିଜ୍‌କୁ ବନ ବିଭାଗ ତିଆରି କରିଛନ୍ତି । ଏହା ଦ୍ୱାରା ନିରୀହ ଜନ୍ତୁଙ୍କ ଜୀବନରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି ।

ଖଣି ଖାଦାନା ଭରା କୋଇଡ଼ା ଅଞ୍ଚଳରେ ପ୍ରତିଦିନ ଶହ ଶହ ଟ୍ରକ୍ ଯାଆସ କରେ । ତେଣୁ ରାସ୍ତା ପାର ହେବାକୁ ମାଙ୍କଡ଼, ଗୁଣ୍ଡୁଚି ସମେତ ଅନେକ ସରୀସୃପ ପ୍ରତିଦିନ ଅନେକ ପଶୁଙ୍କ ଜୀବନ ବି ଯାଏ । ତେଣୁ ଏହାକୁ ନଜରରେ ରଖି ଏହି କାନୋପି ବ୍ରିଜ୍ ତିଆରି ହୋଇଛି । ଯାହା ଫଳରେ ଏଣିକି ଆଉ ରାସ୍ତା ପାର ହେବାକୁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କୁ କୌଣସି ସମସ୍ୟା ହେବନି । ପ୍ରାଥମିକ ପର୍ଯ୍ୟାୟରେ SAIL ଓ ବନ ବିଭାଗ ସହାୟତାରେ ୨ଟି ବ୍ରିଜ୍ ଲଗାଯାଇଥିବା ବେଳେ ଜଙ୍ଗଲରେ ଆହୁରି ଏପରି ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି ।

Advertisment
Bridge Animal Bridges
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ