Advertisment

୩୪ ସେକେଣ୍ଡରେ ଶହେରୁ ୧ ଯାଏ ଓଲଟା ଗଣନା କରି ଇଣ୍ଡିଆ ବୁକ୍ ରେକର୍ଡସରେ ବିସ୍ମୟ ବାଳକ

ମାତ୍ର ୩୪ ସେକେଣ୍ଡରେ ଶହେରୁ ଏକ ଯାଏ ଓଲଟା ଗଣନା । ଅନ୍‌ଲାଇନ୍‌ରେ ହୋଇଥିବା ଏହି ପ୍ରତିଯୋଗିତାରେ ଅନୁଗୁଳର ୭ ବର୍ଷର ଆଶୀର୍ବାଦ ରେକର୍ଡ କରିଛନ୍ତି । ଏହି ବିସ୍ମୟ ବାଳକଙ୍କୁ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍‌ରେ ସ୍ଥାନ ମିଳିଛି ।

ଅଦ୍ୟତନ ହୋଇଛି
Angul Boy Enters India Book Of Records For His Amazing Skills

ଏକ ନିଆରା ରେକର୍ଡସ୍‌ର ଅଧିକାରୀ ବିସ୍ମୟ ବାଳକ ଆଶୀର୍ବାଦ । ମାତ୍ର ୩୩ ଦଶମିକ ଚାରି ସାତ ସେକେଣ୍ଡରେ ଶହେରୁ ୧ ପର୍ଯ୍ୟନ୍ତ ଓଲଟା ଗଣନା କରିଛନ୍ତି । ଏଥିପାଇଁ ସେ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସର ଅଧିକାରୀ ହୋଇଛନ୍ତି । ଅନ୍ଲାଇନ୍‌ରେ ଏହି ପ୍ରତିଯୋଗିତା ହୋଇଥିଲା । ରେକର୍ଡ ପରେ ଆଶୀର୍ବାଦଙ୍କୁ ସଂପୃକ୍ତ ସଂସ୍ଥା ପକ୍ଷରୁ ମେଡାଲ ଓ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଛି । ଏହା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି । ପୁରା ପରିବାର, ପାଖ ପଡ଼ୋଶୀଙ୍କ ସହିତ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଆଶୀର୍ବାଦଙ୍କ ସଫଳତାରେ ବହୁତ ଖୁସି ଥିବା ଜଣାପଡିଛି ।

ଆଶୀର୍ବାଦ କେବଳ ପାଠପଢ଼ାରେ ଧୁରନ୍ଧର ନୁହେଁ ବରଂ ସେ ନାଚ ଗୀତରେ ମଧ୍ୟ ସେ ବହୁତ ନିପୁଣ । କେବଳ ସେତିକି ନୁହେଁ, ଗୀତର କିଛି ଶ୍ଲୋକ ଓ ପୁରାଣ ପାଠରେ ମଧ୍ୟ ସେ ଧୁରନ୍ଧର । ଏସବୁ ବ୍ୟତୀତ ସାଧାରଣ ଜ୍ଞାନ, ଚିତ୍ରାଙ୍କନରେ ମଧ୍ୟ ତାଙ୍କର ରୁଚି ଅଛି । ଆଶୀର୍ବାଦଙ୍କ ପରିବାର ଅନୁଗୁଳ ତାଳଚେରରେ ରୁହନ୍ତି । ୭ ବର୍ଷର ଆଶୀର୍ବାଦ ଏବେ ଷ୍ଟାଣ୍ଡାର୍ଡ ଟୁ ରେ ପଢୁଛନ୍ତି ସେ ଭବିଷ୍ୟତରେ ପ୍ରାଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Advertisment
India Book Of Records Anugul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ