Advertisment

ସ୍କିମ୍ ପ୍ରଥା ଉଠାଇ ସରକାରୀ କର୍ମଚାରୀର ମାନ୍ୟତା ଦେବାକୁ ଅଙ୍ଗନାବାଡି କର୍ମୀଙ୍କ ଦାବି

ଅଙ୍ଗନବାଡି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଛନ୍ତି। ଏହାସହ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Anganwadi workers Strike

Anganwadi workers Strike

Advertisment

ଭୁବନେଶ୍ୱର: ରାଜଧାନୀରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ। ୧୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ। ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଏକାଠି ହୋଇ ଆନ୍ଦୋଳନ କରୁଛନ୍ତି।

Advertisment

ଅଙ୍ଗନବାଡି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଛନ୍ତି। ଏହାସହ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଛି। ଅଙ୍ଗନବାଡି ସହାୟିକା ମାନଙ୍କୁ ସର୍ବନିମ୍ନ ୧୦ ହଜାର ୫ଶହ ଟଙ୍କା ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି।

ଏନେଇ ଜଣେ ଆନ୍ଦୋଳନକାରୀ ଦିଦି କହିଛନ୍ତି ଯେ ପୂର୍ବରୁ ଯେଉଁ ଦାବି ରଖାଯାଇଥିଲା ସେଥିରୁ ସରକାର ୫ ଦଫା ଦାବି ଗ୍ରହଣ କରିଥିବା ଘୋଷଣା କରିଥିଲେ। ୧-ଅଙ୍ଗନବାଡିଙ୍କ ୧୫୦୦ ଟଙ୍କା ଦରମା ବଢାଇବା, ୨-ଅଙ୍ଗନବାଡି ଦିଦିଙ୍କ ବୟସ ସୀମା ୬୦ରୁ ୬୨ ବର୍ଷ ବଢାଇବା, ୩- ୫୦ ପ୍ରତିଶତ ସୁପରଭାଇଜର ପଦବୀ ପଦୋନ୍ନତି, ୪-ଖରା ଛୁଟି ଦିଦିମାନଙ୍କ ପାଇଁ ଲାଗୁ କରିବା, ୫-ଅବସର ସୁବିଧା ସେମାନଙ୍କ ଲାଗୁ କରିବା। କିନ୍ତୁ ଏଇ ୫ଟି ଦାବି ମଧ୍ୟରୁ ମାତ୍ର ଗୋଟିଏ ଦାବି ପୂରଣ କରିଛନ୍ତି। ତାହା ହେଲା ବୟସ ସୀମା ବୃଦ୍ଧି କରିବା ଅର୍ଥାତ୍ ୬୦ରୁ ୬୨ ବର୍ଷ ବଢାଇଛନ୍ତି।

Advertisment
Bhubaneswar Anganwadi Workers Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ