Advertisment

‘ମାସକୁ ୨୧ ହଜାର ଟଙ୍କା ଦରମା ଦିଅ’

ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଧାରଣା ଦେଇଥିବା ବେଳେ ବିଧାନସଭା ଆଗରେ ବିକ୍ଷୋଭ କରିଛି ଓଡ଼ିଶା ଆଶାକର୍ମୀ ସଂଘ। ବିଭିନ୍ନ ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଅଦ୍ୟତନ ହୋଇଛି
anganwadi workers protest

anganwadi workers protest

Advertisment

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଧାରଣା ଦେଇଥିବା ବେଳେ ବିଧାନସଭା ଆଗରେ ବିକ୍ଷୋଭ କରିଛି ଓଡ଼ିଶା ଆଶାକର୍ମୀ ସଂଘ। । ଅଲ୍‌ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ। ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଅଙ୍ଗନବାଡି କର୍ମୀ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ।  

Advertisment

ଅଙ୍ଗନବାଡ଼ି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଛନ୍ତି ଆନ୍ଦୋଳନକାରୀ। ଏହାସହ ସର୍ବନିମ୍ନ ମାସିକ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଛି। ଅଙ୍ଗନବାଡ଼ି ସହାୟିକା ମାନଙ୍କୁ ସର୍ବନିମ୍ନ ୧୦ ହଜାର ୫ ଶହ ଟଙ୍କା ଦରମା ପ୍ରଦାନ କରିବାକୁ ଦାବି ହୋଇଛି।

ଏନେଇ ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ କହିଛନ୍ତି, ‘୧୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛୁ। ଯଦି ସରକାର ଆମ ଦାବି ପୂରଣ ନକରନ୍ତି, ଆଗାମୀ ମାର୍ଚ୍ଚ ମାସ ବଜେଟ୍‌ ଅଧିବେଶନରେ ସମସ୍ତେ ଅହୋରାତ୍ର ଧାରଣା ଦେବୁ। ବିଧାନସଭା ଓ ସରକାରଙ୍କ କାର୍ଯ୍ୟକାଳକୁ ସମ୍ପୂର୍ଣ୍ଣ ଅଚଳ କରିଦେବୁ।’

Advertisment

ସେହିପରି ଓଡ଼ିଶା ଆଶାକର୍ମୀ ସଂଘ ମଧ୍ୟ ବିଧାନସଭା ଆଗରେ ବିକ୍ଷୋଭ କରିଛି। ବିଭିନ୍ନ ଦାବି ନେଇ ଶତାଧିକ ଆଶାକର୍ମୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ମାସିକ ୨୧ ହଜାର ଟଙ୍କା ଦରମା, ପ୍ରସବ ଗୃହକୁ ପ୍ରବେଶ ଅନୁମତି, ପେନ୍‌ସନ୍‌ ଲାଗୁ ଭଳି ବିଭିନ୍ନ ଦାବି ନେଇ ‌ଆଶାକର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନରତ ଆଶାକର୍ମୀ କହିଛନ୍ତି, ‘ଏପ୍ରିଲ ମାସରୁ ହଜାରେ ଟଙ୍କା ଘୋଷଣା ହୋଇଥିଲା। ହେଲେ ୮ ମାସ ହେଲାଣି ହେଲେ ଏଯାଏ ଏହା ଦିଆଯାଇନି’।

Anganwadi Workers Protest ASHA Workers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ