Advertisment

ଓଡ଼ିଶା ସୀମାରେ ପଶି ଜନ ସଂପର୍କ ଶିବିର ଆୟୋଜନ କରିଛି ଆନ୍ଧ୍ର

ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଜନ ସଂପର୍କ ଶିବିର ଆୟୋଜନ କରିଛି। କୋରାପୁଟ କୋଟିଆରେ ଜନ ସଂପର୍କ ଶିବିର ଆୟୋଜନ କରିଛନ୍ତି ଆନ୍ଧ୍ର ଅଧିକାରୀ। କୋଟିଆ ପଂଚାୟତ ଉପର ସେମ୍ବି ଗାଁର ମହିଳା ସଙ୍ଗଠନର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।

Andhra Pradesh

Andhra Pradesh

Advertisment

ଭୁବନେଶ୍ୱର: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଜନ ସଂପର୍କ ଶିବିର ଆୟୋଜନ କରିଛି। କୋରାପୁଟ କୋଟିଆରେ ଜନ ସଂପର୍କ ଶିବିର ଆୟୋଜନ କରିଛନ୍ତି ଆନ୍ଧ୍ର ଅଧିକାରୀ। କୋଟିଆ ପଂଚାୟତ ଉପର ସେମ୍ବି ଗାଁର ମହିଳା ସଙ୍ଗଠନର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ମହିଳା ମାନେ ସେମାନଙ୍କ ସମସ୍ୟା କଥା କହିବା ସହ ରେସନ କାର୍ଡ, ଆବାସ ଯୋଜନା ଏବଂ ଜୀବିକା ନିର୍ବାହ ପାଇଁ ଋଣ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଆନ୍ଧ୍ର ଅଧିକାରୀ ମଧ୍ୟ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଖାଲି ସେତିକି ନୁହେଁ, ଆନ୍ଧ୍ରର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ମଧ୍ୟ କୋଟିଆ ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଗତ କିଛିଦିନ ପୂର୍ବରୁ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ଜୀବନ ଜୀବିକା କାର୍ଯ୍ୟକ୍ରମର ପାର୍ବତିପୁରମ ଅତିରିକ୍ତ ପ୍ରକଳ୍ପ ଅଧିକାରୀ। ଫାଟୁସିନେରୀରେ କୋଟିଆ ପଂଚାୟତର ବିଭିନ୍ନ ଗାଁର ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

Advertisment
Andhra Pradesh Kotia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ