Advertisment

ଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା।

Andhra Pradesh govt

Andhra Pradesh govt

Advertisment

ଗଜପତି: ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା। ତେବେ ବୁଧବାର ଆନ୍ଧ୍ରର କିଛି ଅଧିକାରୀ ପୁଣିଥରେ ଏହି ଅଙ୍ଗନବାଡି କେନ୍ଦ୍ର ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଛନ୍ତି। ଆଜି ସମ୍ପୃକ୍ତ ଅଞ୍ଚଳରେ ଆନ୍ଧ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସରିଛି।

Advertisment

ସୂଚନା ଅନୁସାରେ, ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ସାମ୍ନାକୁ ଆସିଥିଲା ମଙ୍ଗଳବାର ଦିନ। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଥିଲା । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା ।

Advertisment

ଏହା ଜଣାପଡିବା ପରେ ରାୟଗଡ ବିଡିଓ ଏବଂ ତହସିଲଦାର ସେଠାକୁ ଯାଇ ସଂପୃକ୍ତ ଅସ୍ଥାୟୀ ଘରକୁ ସିଲ କରିଥିଲେ। ଆଉ ଏହାପରେ ସେହି ଅଂଚଳରେ ଏକ ପ୍ରକାର ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିଲା। ଘଟଣାସ୍ଥଳରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆନ୍ଧ୍ରର ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆସିଥିଲେ। ଗତ ପଂଚାୟତ ର୍ନିବାଚନ ବେଳେ ମଧ୍ୟ ଏହି ଗାଁ ରେ ର୍ନିବାଚନ କରିବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ପ୍ରଶାସନ। ହେଲେ ଗଜପତି ପ୍ରଶାସନ ଏହାକୁ ବିଫଳ କରିଥିଲା। ତେବେ ପୁଣି ଥରେ ଆନ୍ଧ୍ରର ଦାଦାଗିରର ଚିତ୍ର ଏବେ ସାମ୍ନାକୁ ଆସିଛି।

Odisha Gajapati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ