Advertisment

କୋଟିଆ ସ୍କୁଲ୍‌ରୁ ବିଜୁଳି ସଂଯୋଗ କାଟିଲା ଆନ୍ଧ୍ର; ଗରମରେ ଛଟପଟ କୁନି କୁନି ଛାତ୍ରଛାତ୍ରୀ

ସୁଧୁରୁନି ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର।

ଅଦ୍ୟତନ ହୋଇଛି
Andhra Odisha Border Dispute

Electricity Supply Disconnecting From School

Advertisment

ସ୍କୁଲରୁ ବିଜୁଳି ସଂଯୋଗ କାଟିଦେଲା ଆନ୍ଧ୍ର । ଏବେ ଅନ୍ଧାରରେ ୬୦ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା ଆବାସିକ ବିଦ୍ୟାଳୟରେ । ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି । 

Advertisment

ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି ଏହି ଆବାସିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ରାତିରେ ଆଲୋକ ବ୍ୟବସ୍ଥା ନଥିବାରୁ ପାଠପଢ଼ାରେ ବ୍ୟାଘାତ ହେଉଛି । କୋଟିଆରେ ଆନ୍ଧ୍ର ଏଭଳି ଭାବେ ପ୍ରଥମେ ଲୋକଙ୍କୁ ପ୍ରଲୋଭିତ କରୁଥିବା ଓ ପରେ ନିଜ ଅସଲ ରୂପ ଦେଖାଉଥିବା ପଦାରେ ପଡ଼ିଛି। 

ଅନ୍ୟପଟେ ସ୍କୁଲ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି । ତେବେ ସେ ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଖୁବଶୀଘ୍ର ସୋଲାର ସିଷ୍ଟମର ବ୍ୟାଟେରୀ ବଦଳାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Advertisment

ସ୍କୁଲ ନିକଟରେ ଥିବା ତାଡିବାଳସା ଗାଁକୁ ଆନ୍ଧ୍ର ବିଦ୍ୟୁତ ସଂଯୋଗ ଦେଇଥିଲା। ସେହି ଗାଁରେ ବସବାସ କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଜ ବ୍ୟକ୍ତିଗତ ଗୃହକୁ ସଂଯୋଗ ହୋଇଥିବା ବିଦ୍ୟୁତକୁ ଏହି ଆବାସିକ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ହେଲେ କୌଣସି ସୁତ୍ରରୁ ଆନ୍ଧ୍ର ଏହା ଜାଣି ପାରି ୩ ଦିନ ହେବ ଏହି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଛି। ଏହାସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ୍ ପୈଠ କରିବାକୁ ଏକ ବିଲ୍ ମଧ୍ୟ ଦେଇଥିବା ଜଣାପଡିଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ଭତ୍ରା କହିଛନ୍ତି, ଓଡ଼ିଶା ସ୍କୁଲକୁ ବିଦ୍ୟୁତ ସଂଯୋଗ ଦେବ ନାହିଁ ବୋଲି ଆନ୍ଧ୍ର କହିଛି। ଏହି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିବା ପରେ ବିଦ୍ୟୁତ ମିଟର କାଢ଼ି ନେଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସୋଲାର ସିଷ୍ଟମ ଗୁଡ଼ିକ ଠିକ୍‌ରେ କାମ କରୁନଥିବାରୁ ଚାର୍ଜ ରହୁ ନାହିଁ। ଯାହାଫଳରେ ପିଲାମାନେ ଗରମରେ ହନ୍ତସନ୍ତ ହେଉଛନ୍ତି।

Advertisment
Schools Andhra Odisha Border Dispute Kotia Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ