Andhra Pradesh fishing mafia kidnaps 5 Odia fishermen from Ganjam
ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି। ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଟକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ ସାମୁଦ୍ରିକ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁର ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସକାଳେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି।
ସମୁଦ୍ର ମଧ୍ୟରେ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ନୋ ଫିସି ଜୋନ୍ରେ ବେଆଇନ୍ ଭାବେ ମାଛ ଧରୁଥିବାରୁ ଆର୍ଯ୍ୟପଲ୍ଲୀ ଅଞ୍ଚଳର ମତ୍ସ୍ୟଜୀବୀ ଏହାକୁ ବିରୋଧ କରିଥିଲେ l ଏହାପରେ ଆନ୍ଧ୍ର ମତ୍ସ୍ୟଜୀବୀ ଏବଂ ଆର୍ଯ୍ୟପଲ୍ଲୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ମଧ୍ୟରେ ସମୁଦ୍ର ମଝିରେ ବଚସା ହୋଇଥିଲା l
ପରେ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ସାନ ଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର ଜବରଦସ୍ତ ଟ୍ରଲରରେ ଅପହରଣ କରି ନେଇଥିବା ସେମାନଙ୍କ ପରିବାର ବର୍ଗ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692430075.jpg)