Advertisment

ଓଡ଼ିଶାରେ ପଶି ଅଙ୍ଗନୱାଡ଼ି କେନ୍ଦ୍ର କରିଥିଲା ଆନ୍ଧ୍ର, ଘର ସିଲ୍‌ କଲା ଗଜପତି ପ୍ରଶାସନ

ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି

Kotia

Kotia

Advertisment

ଭୁବନେଶ୍ୱର: ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହା ଜଣାପଡିବା ପରେ ରାୟଗଡ ବିଡିଓ ଏବଂ ତହସିଲଦାର ସେଠାକୁ ଯାଇ ସଂପୃକ୍ତ ଅସ୍ଥାୟୀ ଘରକୁ ସିଲ କରିଛନ୍ତି। ଏହା ପରେ ସେହି ଅଂଚଳରେ ଏକ ପ୍ରକାର ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ଘଟଣାସ୍ଥଳରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆନ୍ଧ୍ରର ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆସିଛନ୍ତି। ଗତ ପଂଚାୟତ ର୍ନିବାଚନ ବେଳେ ମଧ୍ୟ ଏହି ଗାଁ ରେ ର୍ନିବାଚନ କରିବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ପ୍ରଶାସନ। ହେଲେ ଗଜପତି ପ୍ରଶାସନ ଏହାକୁ ବିଫଳ ହୋଇଥିଲା।

Advertisment

ସେପଟେ କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ। କୋଟିଆ ପଞ୍ଚାୟତ ସୀମାନ୍ତ ନେରେଡିବାଲସାଠାରେ ଆନ୍ଧ୍ର ପୋଲିସ ଅଧିକାରୀ କରିଛନ୍ତି ଜନ ଶୁଣାଣି କାର୍ଯ୍ୟକ୍ରମ। ନେରଡିବାଲସାରେ ଲୋକଙ୍କ ନିକଟରେ ଜନ କଲ୍ୟାଣ ଯୋଜନାକୁ ପହଞ୍ଚାଇବା ପାଇଁ ଆନ୍ଧ୍ର ସରକାର ସ୍ପନ୍ଦନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ସୋମବାର ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଆନ୍ଧ୍ର ପୋଲିସ ପକ୍ଷରୁ ସୂଚନା ମିଳିଛି। ଆନ୍ଧ୍ର ପୋଲିସ କହିବା ଅନୁଯାୟୀ କୋଟିଆ ପଂଚାୟତର ସବୁ ଗ୍ରାମରେ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବ। ଗତକାଲି ସାଲୁରରେ ଥିବା କୋଟିଆ ଥାନାର ଅଧିକାରୀ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଥିଲେ। ଏଥିରେ ସ୍ଥାନୀୟ ଲୋକେ ରାସନ କାର୍ଡ, ଆଧାର କାର୍ଡ ଭଳି ସେମାନଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

Advertisment

ତେବେ ଯେତେ ଯାହା କଲେ ବି ନା କୋଟିଆ ମୋହକୁ ଛାଡ଼ିପାରୁଛି ଆନ୍ଧ୍ର, ନା କାଟୁ କରୁଛି ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ। ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ। ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି। ୨୬ ଅଗଷ୍ଟରୁ ୩ ଦିନ ଲଗାତାର ଭାବରେ ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଗାଁକୁ ଯାଇ ଚାରା ବଣ୍ଟନ କରିଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ମୋଟ୍‌ ଉପରେ ଆନ୍ଧ୍ରର ଦାଦାଗିରି ଏବେ ସୀମାରେ ଅଶାନ୍ତି ସୃଷ୍ଟି କରୁଛି।

Andhra Pradesh Gajapati Kotia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ