Ancient Civilization Discovered In Baragarh
ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି।
ଗୋପେଇପାଲି ପଞ୍ଚାୟତ ଅସୁରଗଡ଼ ରାଜ୍ୟ ଇତିହାସର ପ୍ରାଣକେନ୍ଦ୍ର ଥିବା ଜଣାପଡ଼ିବା ପରେ ସେଠାରେ ଖନନ କାର୍ଯ୍ୟ ଚାଲିଛି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏହି ଖନନ କାର୍ଯ୍ୟ ଚାଲିଛି।
ଖନନ ନିର୍ଦ୍ଦେଶକ ତଥା ଇତିହାସ ବିଭାଗର ପ୍ରଫେସର ଡଃ ଅତୁଳ କୁମାର ପ୍ରଧାନଙ୍କ ନେତୃତ୍ଵରେ ଏହି ଖନନ ସମୟରେ ୨ ହଜାର ବର୍ଷ ପୂର୍ବର କାର୍ତ୍ତିରାଜି ଉଦ୍ଧାର ହୋଇଛି । ଏନେଇ ଅଧିକ ଗବେଷଣା ଚାଲିଥିବା ବେଳେ ଖନନ କାର୍ଯ୍ୟ ମଧ୍ୟ ଜାରି ରହିଛି। ତେଣୁ ମାଟି ତଳୁ ଆହୁରି ଅନେକ କିଛି ମିଳିବ ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655015357.jpg)