Advertisment

ପବନ ବିକ୍ରିକରି ଭଲ ରୋଜଗାର କରୁଛନ୍ତି ଯୁବକ; ବୋତଲ ୪୦୦ ଟଙ୍କା

ବ୍ୟବସାୟ ଅନେକ ପ୍ରକାରର କରାଯାଇପାରେ। ଏଥିପାଇଁ କେବଳ କୌଶଳ ଦରକାର। ଜଣେ ଯୁବକ ଏମିତି ଏକ ବ୍ୟବସାୟ କରି ନାଁ କରିଛନ୍ତି ଯାହାକୁ ଅନ୍ୟ କେହି ଭାବି ବି ପାରିବେ ନାହିଁ। ସେ ପବନକୁ ବୋତଲରେ ଭରି ବିକ୍ରି କରୁଛନ୍ତି। ତେବେ ଏହି ଯୁବକ କିଏ ଓ କେଉଁଠିକାର ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
An young is making money by selling thin air for 400 rupees

An young is making money by selling thin air for 400 rupees

Advertisment

ଜଣେ ସଫଳ ବ୍ୟବସାୟୀ ହେବାକୁ ହେଲେ କୌଶଳ ଜରୁରୀ ହୋଇଥାଏ। ଯଦି ଆପଣଙ୍କର ଏପରି ଏକ ବ୍ୟବସାୟିକ ଧାରଣା ଅଛି, ଯାହା ଲୋକମାନଙ୍କୁ କ୍ଲିକ୍ କରିଦେଇଛି, ତେବେ ଛୋଟ ଛୋଟ ଜିନିଷ ମଧ୍ୟ ଆପଣଙ୍କୁ ବଜାରରେ ପ୍ରତିଷ୍ଠା କରିଦେଇପାରେ। ଏହାକୁ ଜାଣିବା ପରେ କଲମ୍ବିଆର ଜଣେ ଯୁବକ ଏଭଳି ଏକ ବ୍ୟବସାୟ ଆରମ୍ଭ କରିଥିଲେ, ଯାହାକୁ କେହି କି ଚିନ୍ତା କରିପାରିବେ ନାହିଁ। ଏହି ଯୁବକ ଏକ ଛୋଟ ଛୋଟ ବୋତଲରେ ପବନ ଭରି ଲୋକଙ୍କୁ ବିକ୍ରି କରୁଥିବା ଦେଖାଯାଏ। ଏନେଇ ସେ ଭଲ ରୋଜଗାର ମଧ୍ୟ କରୁଛନ୍ତି।

Advertisment

ଚୀନ୍ ଭଳି ଦେଶରେ ବୋତଲରେ ସତେଜ ପବନ ବିକ୍ରିର ଧାରା ଆରମ୍ଭ ହୋଇଯାଇଛି। ଅନେକ ବର୍ଷ ଧରି ଲୋକମାନେ ଏଠାରେ ବୋତଲରେ ପବନ ଭରି ବିକ୍ରି କରୁଛନ୍ତି। କଲମ୍ବିଆର ମେଡେଲିନ୍‌ର ଜଣେ ଯୁବକ ମଧ୍ୟ ଏହି ବ୍ୟବସାୟ କରିବା ଆରମ୍ଭ କରିଛନ୍ତି। ବାଳକ ଏକ ବୋତଲରେ ପବନ ପ୍ୟାକ୍ କରି ଲୋକଙ୍କୁ ବିକ୍ରି କରୁଛି। ମେଡେଲିନ୍‌ର ସତେଜେ ପବନକୁ ସେ ଛୋଟ ଛୋଟ ବୋତଲରେ ଭରୋ ବିକ୍ରି କରୁଛନ୍ତି। ଗୋଟିଏ ବୋତଲକୁ ସେ ୪୦୦ ଟଙ୍କାରେ ବିକ୍ରି କରୁଛନ୍ତି। ତାଙ୍କର ଏହି ବ୍ୟବସାୟ ମଧ୍ୟ ବହୁତ ଚର୍ଚ୍ଚାରେ ଅଛି।

ଜୁଆନ୍ କାର୍ଲୋସ୍ ଆଲ୍‌ଭାରାଡୋ ନାମକ ଜଣେ ଯୁବ ବ୍ୟବସାୟୀ ଏହି କାରବାର କରୁଛନ୍ତି। କଲମ୍ବିୟାର ମେଡେଲିନ୍ ସହରରେ ବର୍ଷସାରା ଭଲ ପାଗ ରହୁଥିବାରୁ ଏହି ସ୍ଥାନକୁ ‘ସିଟି ଅଫ୍ ଇଟର୍ନଲ ସ୍ପ୍ରିଙ୍ଗ୍’ ବୋଲି କୁହାଯାଏ। ତେଣୁ ଜୁଆନ୍ ଏହି ସହରର ବାୟୁକୁ ବୋତଲରେ ଭରି ମାଇଲ୍ ମାଇଲ୍ ଦୂରକୁ ନେଇ କରିବା ଆରମ୍ଭ କରିଛନ୍ତି।

Advertisment

ଜୁଆନ୍ କହିଛନ୍ତି ଯେ ସେ ମେଡେଲିନ୍‌ର ସ୍ୱତନ୍ତ୍ର ବାୟୁକୁ ସଂରକ୍ଷଣ କରି ଏହାକୁ ପ୍ରାକୃତିକ ରୂପରେ ବିକ୍ରି କରନ୍ତି। ଏହାର ପ୍ରକ୍ରିୟାକରଣ କରାଯାଏ ନାହିଁ। ବୋତଲରେ ବାୟୁ ଭରିବା ପାଇଁ ସେ ଏକ ନିଆରା ଟେକ୍ନୋଲୋଜୀ ସୃଷ୍ଟି କରିଛନ୍ତି। ଏହି କାରଣରୁ ୧୫-୩୦ ମିନିଟ୍ ମଧ୍ୟରେ ଶତପ୍ରତିଶତ ପ୍ରାକୃତିକ ବାୟୁକୁ ସେ ବୋତଲରେ ଭରିଦିଅନ୍ତି।

Advertisment

ଜୁଆନ୍‌ଙ୍କ କହିବା କଥା ସେ ପ୍ରଥମ ଦିନରେ ୭୭ ବୋତଲ ବିକ୍ରି କରିଥିଲେ। ସେ କେବେ ବି ଏଭଳି ଆଶା କରି ନଥିଲେ। କିନ୍ତୁ ଏହାର ଲାଭ ଦେଖି ସେ ଏହାର ସଂଖ୍ୟା ମଧ୍ୟ ବୃଦ୍ଧି କରିଥିଲେ ଏବଂ ତୃତୀୟ ଦିନରେ ୩୦୦ ବୋତଲ ବାୟୁ ବିକ୍ରି କରିବାରେ ସଫଳ ହୋଇଥିଲେ।

ଜୁଆନ୍ କହିଛନ୍ତି ଯେ ଏହି ବ୍ୟବସାୟିକ ଧାରଣା ଅଜବ, କିନ୍ତୁ ଏହା ଏକ ରେଡିମେଡ୍ ପ୍ରଡକ୍ଟ। ତାଙ୍କର ଏହି ଚିନ୍ତାଧାରା ଏବଂ ଉତ୍ପାଦ ସୋସିଆଲ ମିଡିଆ ସମେତ କଲମ୍ବିଆ ଏବଂ ବିଶ୍ୱ ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। କିଛି ଲୋକ ଜୁଆନଙ୍କୁ ସ୍କାମର ବୋଲି କହୁଛନ୍ତି, କିନ୍ତୁ ତାଙ୍କ କହିବା କଥା ବୋତଲରେ ବିଶୁଦ୍ଧ ବାୟୁ ଭରିବା କଷ୍ଟକର।

Ajab Gajab Air Bottle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ