Advertisment

ଆନ୍ଧ୍ରର କୋଟିଆ ଲୋଭ, ୧୧ କୋଟି ଖର୍ଚ୍ଚରେ ତିଆରି ହେବ ରାସ୍ତା

କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଅଦ୍ୟତନ ହୋଇଛି
Amid Kotia row, Andhra to construct new road near Odisha village

Amid Kotia row, Andhra to construct new road near Odisha village

Advertisment

କୋଟିଆ ଦଖଲ ପାଇଁ ଆନ୍ଧ୍ର ନାନା କସରତ ଜାରି ରଖିଛି। କେତେବେଳେ ପ୍ରତ୍ୟକ୍ଷରେ ତ ଆଉ କେବେ ପରୋକ୍ଷରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ରଚି ଚାଲିଛି ଆନ୍ଧ୍ର।। ଗତକାଲି କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Advertisment

ଓଡ଼ିଶା-ଆନ୍ଧ୍ର ସୀମାଠୁ କୋଡ଼ାମା ଗାଁ ପର୍ଯ୍ୟନ୍ତ ଏହି ନବନିର୍ମିତ ରାସ୍ତା ଯିବ। ଯାହାର ଲମ୍ବ ପ୍ରାୟ ୧୦ କିଲୋମିଟର। ଏଥିପାଇଁ ୧୧ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ଆନ୍ଧ୍ର ସରକାର। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଏହି ପ୍ରସ୍ତାବିତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନବଗଠିତ ମଣ୍ୟମ ଜିଲ୍ଲାର ଜିଲ୍ଲାପାଳ ନିଶାନ୍ତ କୁମାରଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ଏହି ରାସ୍ତା ନିର୍ମାଣ ସହ ଆଉ ୧୧ଟି ନୂଆ ରାସ୍ତା ନିର୍ମାଣ ପାଇଁ ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଟିଆ ଓ  ଦେଓମାଳିକୁ ପ୍ରତିଦିନ ଆନ୍ଧ୍ରରୁ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ ବୋଲି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment
Andhra Pradesh Kotia Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ