Advertisment

ସୁଇପରରୁ ହେଇଗଲେ ସହକାରୀ ଏଣ୍ଟୋମୋଲୋଜିଷ୍ଟ୍‌

ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍‌ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍‌ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ।

ଅଦ୍ୟତନ ହୋଇଛି
Ambi Rajani postgraduate sweeper to assistant entomologist

Ambi Rajani postgraduate sweeper to assistant entomologist

Advertisment

କୁହାଯାଏ ଯେ ନିଜର କର୍ମ ଜଣକୁ ରାଜାରୁ ରଙ୍କ କରିଦିଏ। ସେହିପରି ଜଣକର କଠିନ ପରିଶ୍ରମ ଓ ଦକ୍ଷତା ତାକୁ ଫକୀରରୁ ଆକାଶର ଉଚ୍ଚତାକୁ ନେଇଯାଏ। ଏହି ପ୍ରବାଦଟି ହାଇଦ୍ରାବାଦର ଜଣେ ମହିଳାଙ୍କ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି। ସିଏ ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍‌ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍‌ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ। ଆଜି ଅମ୍ବି ରଜନୀ ଜଣେ ସୁଇପର ନୁହଁନ୍ତି, ସେ ଜଣେ ସହକାରୀ ଏଣ୍ଟୋମୋଲୋଜିଷ୍ଟ୍‌। ତେବେ ଆସନ୍ତୁ ଜାଣିବା ଅମ୍ବି ରଜନୀଙ୍କ ସଂଘର୍ଷର କାହାଣୀ।

Advertisment

ଅମ୍ବି ରଜନୀ କିଏ:

ଅମ୍ବି ରଜନୀ ତେଲେଙ୍ଗାନାର ୱାରଙ୍ଗଲ୍‌ ଜିଲ୍ଲାର ବାସିନ୍ଦା। ସେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଅମ୍ବି ରଜନୀ ପିଲାଦିନରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବି ପାଠପଢା ଛାଡି ନଥିଲେ।

ଅମ୍ବି ରଜନୀଙ୍କ ଶିକ୍ଷା:

ଅମ୍ବି ରଜନୀ ୨୦୧୩ରେ ଜୈବ ରସାୟନରେ ଏମ୍‌ଏସ୍‌ସି କରିଥିଲେ ଏବଂ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ଏହା ପରେ ସେ ମଧ୍ୟ ହାଇଦ୍ରାବାଦ ସେଣ୍ଟ୍ରାଲ୍‌ ୟୁନିଭର୍ସିଟିରୁ ପିଏଚ୍‌ଡି ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଅବଶ୍ୟ, ଏହି ସମୟ ମଧ୍ୟରେ ତାଙ୍କର ବିବାହ ହୋଇଯାଇଥିଲା। ଏହା ପରେ ସେ ଆଉ ପାଠପଢା ଜାରି ରଖିପାରି ନଥିଲେ। ସେ ଜଣେ ଓକିଲଙ୍କୁ ବିବାହ କରି ସ୍ୱାମୀଙ୍କ ସହ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଥିଲେ।

Advertisment

ଅମ୍ବି ରଜନୀ ସ୍ୱାମୀ ଓ ପରିବାର:

ଅମ୍ବିଙ୍କର ଦୁଇଟି ସନ୍ତାନ ଅଛନ୍ତି। ବିବାହ ପରେ ମଧ୍ୟ ସେ ତାଙ୍କ ସ୍ୱପ୍ନ ଛାଡି ନଥିଲେ ଏବଂ ସରକାରୀ ଚାକିରୀ ପାଇବା ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାମିଲ ହେଉଥିଲେ। ସ୍ୱାମୀ ଅସୁସ୍ଥ ହେବାପରେ ଅମ୍ବି ରଜନୀଙ୍କ ଉପରେ ପଡିଲା ଦୁଃଖର ପାହାଡ। କାର୍ଡିଆକ୍ ସମସ୍ୟା ହେତୁ ତାଙ୍କ ସ୍ୱାମୀ ଶଯ୍ୟାଶାୟୀ ହୋଇଗଲେ। ଏହା ପରେ ଅମ୍ବିଙ୍କ ପରିବାରର ଆର୍ଥିକ ଅବସ୍ଥା ଖରାପ ହୋଇଗଲା। ଦୁଇ ପିଲା, ଶାଶୁ ଓ ଅସୁସ୍ଥ ସ୍ୱାମୀ, ଏସବୁର ଦାୟିତ୍ୱ ଅମ୍ବି ରଜନୀଙ୍କ କାନ୍ଧରେ ପଡ଼ିଲା।

ପରିବାରର ଯତ୍ନ ନେବା ପାଇଁ ସୁଇପର ହୋଇଗଲେ:

ଘର ଚଳାଇବା ପାଇଁ ଅମ୍ବୀ ପନିପରିବା ବିକ୍ରି କରିବା ଆରମ୍ଭ କଲେ, କିନ୍ତୁ ପରିବାରର ଖର୍ଚ୍ଚ ପୂରଣ କରିବାକୁ ଯଥେଷ୍ଟ ରୋଜଗାର କରିପାରିଲେ ନାହିଁ। ତା’ପରେ ଅମ୍ବି ରଜନୀ ଚୁକ୍ତିନାମା ଆଧାରରେ GHMC ରେ ସୁଇପର କାମ ଆରମ୍ଭ କଲେ। ଏଥିପାଇଁ ସେ ୧୦,୦୦୦ ଟଙ୍କା ଦରମା ପାଇଲେ।

Advertisment

କିପରି ମିଳିଲା ଚାକିରି:

ସୁଇପର ଭାବରେ କାମ କରୁଥିବା ଅମ୍ବୀ ରଜନୀଙ୍କ ଦକ୍ଷତା ବେଶି ଦିନ ଲୁଚି ରହିଲା ନାହିଁ। ଦିନେ ତାଙ୍କ ଉପରେ ତେଲେଙ୍ଗାନା ନଗର ପ୍ରଶାସନ ମନ୍ତ୍ରୀ କେ. ଟି. ରାମାରାଓଙ୍କ ନଜର ପଡିଲା। ସେ ତାଙ୍କ ବିଷୟରେ ଜାଣିବାକୁ ନିର୍ଦ୍ଦେଶ ଦେଲେ। ପରେ ରଜନୀଙ୍କ ପରିଚୟପତ୍ର ଯାଞ୍ଚ କରାଗଲା। ଏହା ମନ୍ତ୍ରୀ ରଜନୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକିଲେ।

ସହରାଞ୍ଚଳ ବିକାଶ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ରଜନୀଙ୍କୁ ମନ୍ତ୍ରୀ କେ.ଟି. ରାମା ରାଓଙ୍କ ପାଖକୁ ନେଇଗଲେ। ରଜନୀଙ୍କ ଯୋଗ୍ୟତା ଅନୁଯାୟୀ ମନ୍ତ୍ରୀ ତାଙ୍କୁ ସହକାରୀ ଏଣ୍ଟୋମୋଲୋଜିଷ୍ଟ ଚାକିରି ଦେଲେ। ରାମା ରାଓ ରଜନୀଙ୍କୁ ଆଉଟ୍‌ସୋର୍ସିଂ ଆଧାରରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନରେ ଆସିଷ୍ଟାଣ୍ଟ ଏଣ୍ଟୋମୋଲୋଜିଷ୍ଟ ଭାବରେ ଚାକିରି ଦେଇଥିଲେ।

Women Empowerment Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ