Advertisment

ଅଜବ ପ୍ରେମ କାହାଣୀ; ୭୩ ବର୍ଷରେ ମହିଳାଙ୍କୁ ମିଳିଲା ପ୍ରକୃତ ପ୍ରେମ

ଆଜିର ଦୁନିଆଁରେ ପ୍ରେମ ମହଙ୍ଗା ହୋଇଯାଇଛି। ପ୍ରେମର ଆଢୁଆଳରେ ମିଳୁଛି ପ୍ରତାରଣା। କିନ୍ତୁ ଜଣେ ମହିଳା ୭୩ ବର୍ଷରେ ପହଞ୍ଚିଥିଲେ ବି ତାଙ୍କୁ ମିଳିଛି ପ୍ରକୃତ ପ୍ରେମ। ଆସନ୍ତୁ ଜାଣିବା କିଏ ଏହି ସୌଭାଗ୍ୟବତୀ…

ଅଦ୍ୟତନ ହୋଇଛି
a woman found true love at the age of 73

a woman found true love at the age of 73

Advertisment

ପ୍ରେମକୁ ନେଇ ଅନେକ ଅଜବ କାହାଣୀ ଶୁଣାଯାଇଛି। ପ୍ରେମ କାହାକୁ କେତେବେଳେ ହୁଏ ତାହ ବି କେହି କହିପାରିବେ ନାହିଁ। ଅନେକ ସମୟରେ ଲୋକମାନେ ଜୀବନର ଶେଷ ସମୟରେ ବି ପ୍ରେମ କରନ୍ତି। ପ୍ରେମରେ ତ ଲୋକମାନେ ପରସ୍ପର ବ୍ୟତୀତ ଅନ୍ୟ କିଛି ଦେଖନ୍ତି ନାହିଁ। ସେମାନେ କେବଳ ନିଜ ପ୍ରେମ ଦୁନିଆରେ ହିଁ ହଜିଯାଆନ୍ତି। ଏ କ୍ଷେତ୍ରରେ ନା ବୟସ ବ୍ୟବଧାନ ବାଧା ସୃଷ୍ଟିକରେ ନା ଜାତି ଅଜାତି! ଭାଲେଣ୍ଟାଇନ୍ ଡେ’ ଅବସରରେ ସାରା ବିଶ୍ୱ ଝୁମୁଥିବା ବେଳେ ଜଣେ ମହିଳାଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଚକିତ କରିଦେଇଛି ଆଉ ଜଣେଇ ଦେଇଛି ହୃଦୟକୁ ଖୋଲା ରଖିଥାଅ, ପ୍ରେମ କେତେବେଳେ ବି ଆସିପାରେ।

Advertisment

ଏହି ଘଟଣା ଆମେରିକାର ହୋଇଥିବା ବେଳେ ୭୩ ବର୍ଷ ବୟସରେ ଜଣେ ମହିଳା ପ୍ରେମରେ ପଡିଛନ୍ତି। ଏହି ପ୍ରେମ କାହାଣୀ ଜାଣିବା ପରେ ଲୋକମାନେ ଏହା କହୁଛନ୍ତି ଯେ ' ବୟସ ଯେତେ ହେଉନା କାହିଁକି, ଯଦି ହୃଦୟ ଯୁବକ ଆଉ ସରଳ, ତେବେ ପ୍ରେମ ଯେକୌଣସି ମୁହୂର୍ତ୍ତରେ ମିଳିପାରେ। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ Carol H Mack ନାମକ ଏକ ଆକାଉଣ୍ଟ୍ ଦ୍ୱାରା ଏହା ଶେୟାର କରାଯାଇଛି। ଏହା ସହିତ ସେଠାରେ ଲେଖାଯାଇଛି ଯେ '୪୦ ବର୍ଷରୁ ଅଧିକ ସମୟ ବିବାହ କରିବା ପରେ, ମୁଁ ଭାବି ନଥିଲି ଯେ ୭୦ବର୍ଷରେ ମୁଁ ପୁନର୍ବାର ଏକେଲା ହୋଇଯିବି ଆଉ ପୁଣି ୭୩ ବର୍ଷରେ ମୁଁ ଆଉଥରେ ପ୍ରେମକୁ ପାଇବି, ତାହା ପୁଣି ଏ ମହାମାରୀ ସମୟରେ।

ପ୍ରକାଶଥାଉ ଯେ ମ୍ୟାକ୍ ଏହି ପୋଷ୍ଟ୍‌ରେ କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କୁ ହରାଇ ନାହାଁନ୍ତି ବରଂ ତାଙ୍କୁ ବାହାର କରିଦେଇଛନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ତାଙ୍କ ସହ ପ୍ରତାରଣା କରୁଛନ୍ତି, ସେତେବେଳେ ସେ ତାଙ୍କଠାରୁ ଅଲଗା ହୋଇଯାଥିଲେ। ଏହି ପୋଷ୍ଟ୍‌ରେ ସେ ମୁଦି ପିନ୍ଧିଥିବା ଏକ ଫଟୋ ଶେୟାର କରିଛନ୍ତି। ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ସତ କିନ୍ତୁ ସେମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ଜଣେ ବ୍ୟକ୍ତି ଲେଖିଛନ୍ତି, 'ମୁଁ ଗତ ୧୨ ବର୍ଷ ଧରି ଏକାକୀ ଅଛି। ଏହା ସତ୍ତ୍ୱେ ସେ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, 'ତାଙ୍କ ଶାଶୁ ବିବାହର ୬୬ ବର୍ଷ ପରେ ବିଧବା ହୋଇଥିଲେ, ସେତେବେଳେ ତାଙ୍କୁ ୮୬ ବର୍ଷ ହୋଇଥିଲା। ଏହାର ୨ ବର୍ଷ ପରେ, ସେ ତାଙ୍କ ପେଣ୍ଟିଂ କ୍ଲାସ୍ ସମୟରେ ଜଣେ ପୁରୁଷ ସହିତ ଡେଟିଂ କରିବା ଆରମ୍ଭ କଲେ। ଆଜି ତାଙ୍କୁ ୯୫ ବର୍ଷ ହୋଇଛି ଏବଂ ଉଭୟ ୬ ବର୍ଷ ହେଲା ଏକାଠି ଅଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ 'ମୋର ବୟସ ୨୦ ବର୍ଷ ଏବଂ ମୁଁ ପ୍ରକୃତ ପ୍ରେମ ଖୋଜୁଛି।' ଏହା ବ୍ୟତୀତ, ଆହୁରି ଅନେକ ଲୋକ ଏହା ଉପରେ ମନ୍ତବ୍ୟ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ