Advertisment

ବଞ୍ଚିଥିବା ଲୋକକୁ ମିଳୁନି, ହେଲେ ମଲା ଲୋକଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା

ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ ।

ଅଦ୍ୟତନ ହୋଇଛି
Jojonara Na Hariloot

Jojonara Na Hariloot

Advertisment

ଭୂତ ନେଉଛି ଭତ୍ତା । ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ହଡପ ହେଉଛି ସରକାରୀ ଭତ୍ତା ଟଙ୍କା । ବଞ୍ଚିଥିବା ଯୋଗ୍ୟ ଲୋକକୁ ମିଳୁନି ହେଲେ ମଲା ଲୋକଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । କଟକ ଅଞ୍ଚଳରୁ ଏପରି ମାଳମାଳ ଅଭିଯୋଗ ଆସିଛି ।  

Advertisment

ଟାଙ୍ଗି ବ୍ଲକ ମାଗୁରା ପଞ୍ଚାୟତ ଗଣେଶ୍ୱରପୁର ଗାଁର ମାଳତୀ ବେୱାଙ୍କର ୨୦୧୪ ମସିହା ଜୁନ୍ ୨୦ ତାରିଖରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ବେଳେ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକଙ୍କୁ ମିଳିନି ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି । ଫଳରେ ସେ ଜୀବିତ ଥିବା ପଞ୍ଚାୟତ ରେଜିଷ୍ଟରରେ ଉଲ୍ଲେଖ ରହିଛି ,ତାରିଖ ପଡିଛି ୨୦୧୯ ନଭେମ୍ବର ମାସ, ଅର୍ଥାତ୍ ମାଳତୀଙ୍କ ନାଁରେ ୫ ବର୍ଷର ଟଙ୍କା ଉଠାଣ ହୋଇଛି ।

ସେହିପରି ମାଗୁରା ପଞ୍ଚାୟତ ସାନଦେବିଲ ଗାଁର ବଟକୃଷ୍ଣ ରାଉତ ଏବଂ ତାଙ୍କ ସ୍ତ୍ରୀ ସତୀ ଦେଇଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ମୃତ୍ୟୁକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ନାଁରେ ଭତ୍ତା ଟଙ୍କା ଉଠିଥିବା ଦସ୍ତାବିଜ୍ କହୁଛି । ବର୍ତ୍ତମାନ ମାଗୁରା ପଞ୍ଚାୟତର ୪୦ରୁ ଅଧିକ ବ୍ୟକ୍ତିଙ୍କ ନାମରେ ଏପରି ଭତ୍ତା ଜାଲିଆତି ହୋଇଥିବା ଜଣାପଡିବା ପରେ ଅଞ୍ଚଳବାସୀ ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଅଭିଯୋଗ ବାଟରେ ଅଭିଯୋଗ ହେଉଛି, କିନ୍ତୁ ଶୁଣୁନି ପ୍ରଶାସନ ।

Advertisment

ସେହିପରି ଟାଙ୍ଗୀ ବ୍ଲକର କରଞ୍ଜି ପଞ୍ଚାୟତରେ ମଧ୍ୟ ବାଟବଣା ମଧୁବାବୁ ପେନସନ ଯୋଜନା । କରଞ୍ଜି ପଞ୍ଚାୟତର ଘନ ସୋରେନଙ୍କର ୨୦୧୯ ଅକ୍ଟୋବରରେ ମୃତ୍ୟୁ ହୋଇଛି । ଅଥଚ ୨୦୨୧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ତାଙ୍କ ନାଁରେ ଭତ୍ତା ଟଙ୍କା ଆସୁଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ଘନଙ୍କ ପୁଅ ହରି ସୋରେନଙ୍କ ଅଭିଯୋଗ ଅନୁସାରେ ସେ ଟଙ୍କା ପାଉନାହାନ୍ତି । ତାଙ୍କର ଭତ୍ତା ବାବଦ ୫୦୦ ଟଙ୍କାକୁ ପ୍ରତି ମାସରେ ଆଉ କିଏ ହଡପ କରୁଛି ।

ପରିଣତ ବୟସରେ ଥାଇ ମଧ୍ୟ ବହୁ ହିତାଧିକାରୀ ପେନସନ ଯୋଜନାରେ ସାମିଲ ହୋଇନପାରି ସମସ୍ୟା ଭିତରେ କାଳାତିପାତ କରୁଛନ୍ତି । ପଞ୍ଚାୟତ ଅଫିସର ଓ ସରପଞ୍ଚଙ୍କ ମିଲିଭଗତରେ ଲୋକଙ୍କ ଭତ୍ତା ଟଙ୍କା ହଡପ ହେଉଛି । ଆଉ ବ୍ଲକ ପ୍ରଶାସନ ସବୁ ଜାଣି ଏହା ଉପରେ ଗୁରୁତ୍ୱ ଦେଉନଥିବାରୁ ଏ ଘୋଟାଲାରେ ଆଉ କିଛି ବ୍ୟକ୍ତି ବିଶେଷ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ସେପଟେ ଟାଙ୍ଗି ବିଡିଓ ଏ ସମ୍ପର୍କରେ ଅବଗତ ନଥିବା ସଫେଇ ଦେବା ସହିତ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ।

Advertisment

ଗରିବ ଲୋକଙ୍କର ଭତ୍ତା ଟଙ୍କା ଖାଉଛି କିଏ ? ଲୋକଙ୍କ ମୃତ୍ୟୁ ପରେ ବି ସେମାନଙ୍କ ଟଙ୍କାକୁ ପ୍ରତି ମାସରେ କିଏ ଉଠଉଛି ? ଟାଙ୍ଗି ବ୍ଲକର ସବୁ ପଞ୍ଚାୟତରେ ଗ୍ରାଉଣ୍ଡ ଜିରୋକୁ ଯାଇ ପ୍ରଶାସନ ସତ ପରଖିବା ଦରକାର । ତାହେଲେ ଯାଇ ସରକାରୀ ଟଙ୍କାକୁ ଆତ୍ମସାତ କରୁଥିବା ବାବୁ ମାନଙ୍କ ଅସଲ ମୁଖା ସାମ୍ନାକୁ ଆସିବ ।

ଚୌଦ୍ୱାରରୁ ପ୍ରକାଶ ନାୟକଙ୍କ ରିପୋର୍ଟ

Jojonara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ