ଅଦ୍ୟତନ ହୋଇଛି
Alliance Air aircraft Flagged Off From Bhubaneswar To Rourkela
Advertisment
ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିଲା ଆଲାଏନ୍ସ ଏୟାର ବିମାନ। ଏହି ବିମାନ ସେବାକୁ ଦିଲ୍ଲୀରୁ ଭର୍ଚୁଆଲ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନକୁ ଫ୍ଲାଗ୍ଅଫ୍ କରିଛନ୍ତି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡ଼ାଣ ଆରମ୍ଭ ହେବ।
Advertisment
- ଆଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି
- ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ଟା ୫୫ରେ ଛାଡ଼ିବ। ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ।
- ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ
- ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ
- ପ୍ରାରମ୍ଭିକ ଭାବେ ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩
- ରାଉରକେଲାରୁ ଭୁବନେଶ୍ୱର ବିମାନ ଭଡ଼ା ୨୭୨୧ ଟଙ୍କା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1673074380.jpg)