Allegedly Collect Money From Students For Matric Certificates
ଟଙ୍କା ନାହିଁ ତ ସାର୍ଟିଫିକେଟ୍ ନାହିଁ। ୨୦୦ ଟଙ୍କା ଦେଲେ ଯାଇ ମାଟ୍ରିକ୍ ସାର୍ଟିଫିକେଟ ମିଳୁଛି। ଆଉ ଟଙ୍କା ନ ଦେଲେ ସାର୍ଟିଫିକେଟ ଦିଆଯିବ ନାହିଁ ବୋଲି ରୋକଠୋକ୍ ଶୁଣାଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଶାଳିଜଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ। ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।
ଏପରିକି ଟଙ୍କା ନେବାବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଏନେଇ ପଚାରିବାରୁ ସ୍କୁଲ୍ ଡେଭେଲପମେଣ୍ଟ ନାଁରେ ଟଙ୍କା ନିଆଯାଉଛି ବୋଲି ପ୍ରଧାନଶିକ୍ଷକ ରସିଦ ଧରାଇ ଦେଉଛନ୍ତି। ସ୍କୁଲ୍ଟି 5Tରେ ନବୀକରଣ ହୋଇଛି। ଏହାସତ୍ତ୍ୱେ ପ୍ରଧାନଶିକ୍ଷକ ଟଙ୍କା ଆଦାୟ କରିବା ନେଇ ପ୍ରଶ୍ନ ଉଠିଛି। ତେବେ ସ୍କୁଲ୍ ପରିଚାଳନା କମିଟିର ନିର୍ଦ୍ଦେଶରେ ବିଦ୍ୟାଳୟର ଆବଶ୍ୟକୀୟ ଜିନିଷ କିଣିବା ଲାଗି ଟଙ୍କା ଆଦାୟ ହେଉଥିବା ପ୍ରଧାନଶିକ୍ଷକ କହିଛନ୍ତି। ଏଭଳି ଟଙ୍କା ଆଦାୟ ସମ୍ପୂର୍ଣ୍ଣ ବେଆଇନ୍ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
5T ସ୍କୁଲ୍ ନାଁରେ ସରକାର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଦେଉଛନ୍ତି। ଆଉ ସରକାରୀ ସ୍କୁଲ୍ରେ ପିଲାମାନଙ୍କୁ ପାଠ ପଢ଼ିବା ନିମନ୍ତେ ସବୁ ମାଗଣାରେ ଦିଆଯାଉଛି ବୋଲି ସରକାର ପ୍ରଚାର କରୁଛନ୍ତି। ହେଲେ ଏପଟେ ସାର୍ଟିଫିକେଟ୍ ପାଇଁ ଟଙ୍କା ଆଦାୟ ହେଉଛି। ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1662795773.jpg)