Advertisment

ସମ୍ବାଦ ଅଫିସରେ EOW ଟିମ, ଲୋନ ଠକେଇ ଅଭିଯୋଗର ଯାଞ୍ଚ ପାଇଁ ପହଞ୍ଚିଥିବା ସୂଚନା

ଭୁବନେଶ୍ୱର ରସୁଲଗଡ଼ରେ ଥିବା ସମ୍ବାଦ ଅଫିସରେ ଇଓଡବ୍ଲୁ

ଅଦ୍ୟତନ ହୋଇଛି
EOW teams

EOW teams

Advertisment

ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ EOW ଟିମ୍ ପହଞ୍ଚିଛି। ଲୋନ ଠକେଇ ଅଭିଯୋଗ ନେଇ ଇଓଡବ୍ଲୁ ଟିମ୍ ଯାଞ୍ଚ କରିବାକୁ ପହଞ୍ଚିଥିବା ସୂଚନା ମିଳିଛି । ୩ଟି ଟିମ୍‌ରେ ୧୨ ଜଣ ଅଫିସର ଓ କମିଶନରେଟ୍‌ ପୋଲିସ ଏଥିରେ ସାମିଲ ଅଛନ୍ତି । 

Advertisment

ଏହା ପୂର୍ବରୁ ନିଜ କର୍ମଚାରୀଙ୍କ ନାଁରେ ଲୋନ୍ ଦୁର୍ନୀତି କରୁଥିବା ଅଭିଯୋଗ ମାମଲାରେ ଦୈନିକ ଖବରକାଗଜ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-EOW ପଚରାଉଚରା କରିଥିଲା। ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ କମଳାକାନ୍ତ ।

କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ କରାଯାଉଥିବା ଅଭିଯୋଗରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ। ତାଙ୍କ ବିନା ଅନୁମତିରେ ନକଲି ଆକାଉଣ୍ଟ ତିଆରି କରି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଥିବା ସେ ଦର୍ଶାଇଥିଲେ।

Advertisment

ତେବେ ଏ ସଂପର୍କରେ ସମ୍ବାଦ କର୍ତ୍ତୃପକ୍ଷ ନା କୌଣସି ପ୍ରତିକ୍ରିୟା ରଖୁଛନ୍ତି ନା ସଂସ୍ଥା ପକ୍ଷରୁ କୌଣସି ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ଦିଆଯାଉଛି। ...

ସେପଟେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଝିଅ ତନୟା ପଟ୍ଟନାୟକ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍-X ରେ ଲେଖିଛନ୍ତି, ଏ ସରକାର ତାର ସମ୍ପୂର୍ଣ୍ଣ ଜୋର ଲଗେଇଦେଇଛି ଆମକୁ ଚୁପ୍ କରେଇବା ପାଇଁ। ଯାହା ସବୁ ଘଟିଛି ଓ ଯାହା ସବୁ ଆଗକୁ ଘଟିବ ବୋଧହୁଏ ଓଡ଼ିଶା ଇତିହାସରେ ସେମିତି ଆଗରୁ କେବେବି ହେଇନଥିବ।

Advertisment

ପ୍ରତିଶୋଧ ନବାର ନିଶା ଏତେ ବ୍ୟକ୍ତିଗତ ଓ ନିଚ୍ଚ ସ୍ତରକୁ ଚାଲିଗଲାଣିଯେ କାଲି ଯଦି ମୋ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହ କିଛି ହେଇଯାଏ - ମୁଁ ଦୁଃଖିତ ହେବି ସିନା ଆଦୌ ଆଶ୍ଚର୍ଯ୍ୟ ହେବି ନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଆମ ପଛରେ ଏବେ ପୁରା ପ୍ରଶାସନ ଲାଗିଛି, ପୁରା ସରକାରୀ କଳ ଲାଗିଛି। କେବଳ ଜଣେ ସଚିବଙ୍କୁ ସୁରକ୍ଷା ଦେବା ପାଇଁ ...।

ମତେ ଲାଗୁଛି, ଆମେ ଠିକ୍ ପ୍ରଶ୍ନ ପଚାରୁଛୁ, ନହେଲେ ଏଭଳି ପ୍ରତିଶୋଧ କଣ ପାଇଁ ?... ତେବେ ଏ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।...

EOW
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ