Advertisment

ଶିକ୍ଷକଙ୍କ ନିଯୁକ୍ତିରେ ଘୋଟାଲା, ୨୪ ବର୍ଷ ପରେ ଫିଟିଲା ଗୁମର

ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି।

 corruption in appointment of teachers

corruption in appointment of teachers

Advertisment

ସମ୍ବଲପୁର/ଭୁବନେଶ୍ୱର: ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବେଆଇନ୍‌ ଭାବେ ନିଯୁକ୍ତି କରାଯାଇଛି। ‌ଆଉ ଏବେ ସେମାନଙ୍କୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସମସ୍ତେ ଜାଣି ବି ଦୀର୍ଘ ଦିନ ଧରି ଏନେଇ ଚୁପ୍ ରହିବା ପରେ ଅଭିଯୋଗକାରୀ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ମାମଲାକୁ ଗୁରୁତ୍ୱ ସହ ନେଇ ଏହାର ତଦନ୍ତ କରିବାକୁ ସମ୍ବଲପୁର କୋର୍ଟ, ଟାଉନ୍ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଶିିକ୍ଷକଙ୍କ ନିଯୁକ୍ତି ନେଇ ୧୯୯୬ରୁ ୧୯୯୯ ମସିହା ବେଳର କିଛି ଦୁର୍ନୀତିର ଗନ୍ଧ ଏବେ ସମ୍ବଲପୁର ଜିଲ୍ଲାରୁ ବାହାରିଛି। ବେଆଇନ୍‌ ନିଯୁକ୍ତିକୁ ଲୁଚାଇବାକୁ ବିଧିବଦ୍ଧ ଯୋଜନା ହୋଇଛି। ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲେଖାଯାଇଥିବା ଏକ ନିର୍ଦ୍ଦେଶନାମାରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅନିୟମିତତା ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ କୁହାଯାଇଛି। ଏହାସହ ୪୪ ଜଣ ଶିକ୍ଷକଙ୍କ ନାଁ ମଧ୍ୟ ରହିଛି। ହେଲେ ‌ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, ତତ୍କାଳୀନ ସମ୍ବଲପୁର ସିଆଇ କେସି ଗୁରୁଙ୍କ ବେଳେ ବେଆଇନ୍‌ ଭାବେ ନିଯୁକ୍ତ ଶିକ୍ଷକଙ୍କୁ ନିୟମିତ କରିବାକୁ। ସୂଚନା ଅଧିକାର ବଳରେ ଏହି ତଥ୍ୟ ଜଣାପଡ଼ିବା ପରେ ଏବେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

Advertisment

ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏହି ନିର୍ଦ୍ଦେଶ ମିଳିବା ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ? ଯଦି ଅନିୟମିତତା ଭାବେ ନିଯୁକ୍ତି ମିଳିଛି, ତା’ହେଲେ କାହିଁକି ନିୟମିତ କରାଯିବ ? ଯଦି, ବେଆଇନ ଭାବେ ନିଯୁକ୍ତି ମିଳିଛି, କାହିଁକି ଏହାକୁ ଲୁଚାଉଛି ବିଭାଗ ? କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା କାହିଁକି ଦିଆଯାଉଛି ? ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ମାତ୍ର ଦୁଇଟି ବ୍ଲକରୁ ଏହି ୪୪ ଜଣ ଶିକ୍ଷକଙ୍କ ତାଲିକା ମିଳିଛି। ଅଭିଯୋଗ ଅନୁସାରେ ଏପରି ଶହ ଶହ ଶିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ଯାହାକୁ ଖୋଦ୍ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷେ, ଏନେଇ ଅଭିଯୋଗକାରୀ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ଦ୍ୱାରସ୍ତ ହେବା ପରେ ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି କୋର୍ଟ। ା ଚଳିତ ମାସ ୨୪ ସୁଦ୍ଧା ତଦନ୍ତ ରିପୋର୍ଟ କୋର୍ଟକୁ ଦେବାକୁ ସମ୍ବଲପୁର ଟାଉନ୍ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିବା ପରେ ଯାଞ୍ଚ କରି FIR ଦେବାକୁ କୁହାଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି।  ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ ଆଗକୁ ତଦନ୍ତ ଆହୁରି କଡ଼ାକଡ଼ି କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି।

Advertisment
Odisha Sambalpur Corruption Appointment Of Teachers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ