Advertisment

ଦାଦାଗିରି କରୁଛି OMC। ନିରୀହ ଆଦିବାସୀଙ୍କ ଜମିକୁ ଛଡ଼େଇ ନେବାର ଆସିଲା ସଙ୍ଗୀନ ଅଭିଯୋଗ

ଆମ ଜାଗାକୁ ଓମ୍‌ସି ବାଲା ସବୁ ଖାଇଦେଲା, ବିଲରେ ନାଲିପାଣି ଚରିଗଲା। ଆମେ ଖାଇବୁ କଣ? ରହିବୁ କେମିତି? ଆମ ଜାଗା ନେବା ପରେ ଆମେ ସମସ୍ତଙ୍କୁ ଅଭିଯୋଗ କରୁଛି କିନ୍ତୁ କେହି ଶୁଣିଲେ ନାହିଁ। ତହସିଲଦାରଙ୍କଠାରୁ ଆରମ୍ଭ କରି ଆରଆଇ ଅଫିସ ସବୁଠିକୁ ଦୌଡ଼ିଛୁ କିନ୍ତୁ କିଛି ଲାଭ ହେଲା ନାହିଁ। ଆଗରୁ ଚାଷ କରି ଚଳୁଥିଲୁ

OMC

OMC

Advertisment

କେନ୍ଦୁଝର(ପ୍ରଣୟ କୁମାର ପାଣି): ଆମ ଜାଗାକୁ ଓମ୍‌ସି ବାଲା ସବୁ ଖାଇଦେଲା, ବିଲରେ ନାଲିପାଣି ଚରିଗଲା। ଆମେ ଖାଇବୁ କଣ? ରହିବୁ କେମିତି? ଆମ ଜାଗା ନେବା ପରେ ଆମେ ସମସ୍ତଙ୍କୁ ଅଭିଯୋଗ କରୁଛି କିନ୍ତୁ କେହି ଶୁଣିଲେ ନାହିଁ। ତହସିଲଦାରଙ୍କଠାରୁ ଆରମ୍ଭ କରି ଆରଆଇ ଅଫିସ ସବୁଠିକୁ ଦୌଡ଼ିଛୁ କିନ୍ତୁ କିଛି ଲାଭ ହେଲା ନାହିଁ। ଆଗରୁ ଚାଷ କରି ଚଳୁଥିଲୁ। କିନ୍ତୁ ଏବେ ଜାଗା ନାହିଁ ଚାଷ କରିବୁ କେମିତି? ଓମ୍‌ସି ତ ସବୁନେଇଗଲା ଆମେ କରିବୁ କଣ?

Advertisment

କୁବେରର ସମ୍ପତି ତଳେ ରହି ସୁଦାମା ଭଳି ଜୀବନ ବସର କରିବାକୁ ବାଧ୍ୟ ହେଉଛନ୍ତି ଆଦୀବାସି। ଦାଦାଗିରି କରୁଛି ଓମ୍‌ସି । ଡମ୍ପିଙ୍ଗ ୟାର୍ଡ କରିବାକୁ ଯୋର ଜବରଦସ୍ତ ହାତେଇ ନେଇଛି ଆଦିବାସୀଙ୍କ ଜମି । ପ୍ରତିବାଦ କଲେ ମିଳୁଛି ଧମକ। ଏଣୁ ପେଟ ଚାଖଣ୍ଡକେ ପାଇଁ ଜମିହରା ଆଦିବାସୀ କୁ ଓ ଏମ ସି ବନାଇ ଦେଇଛି ଗାଇ ଚରାଳି ।

Advertisment

କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମ ସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓ ଏମ ସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୁରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ନିଜର ଏକର ଏକର ଜମିରେ ବିଭିନ୍ନ ଚାଷ କରି ଖୁସିରେ ରହୁଥିଲେ ଏମାନେ । ହେଲେ ତାଙ୍କ ଜମିରେ ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡ ବନେଇ ଦେଇଥିବାରୁ ପେଟ ଖଣ୍ଡକ ପାଇଁ ଅନ୍ୟର ଗାଇ ଚରାଇବାକୁ ପଡୁଛି ଏମାନଙ୍କୁ । ଜଣଙ୍କର କି ଦୁଇ ଜଣଙ୍କର ନୁହେଁ ବରଂ ଏ ସମସ୍ତଙ୍କ ସମସ୍ୟା।

୨୦୧୮ ଏପ୍ରିଲ ମାସରେ ଯେତେବେଳେ ଓ ଏମ ସି ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡର ପାଚେରୀ କାମ ଆରମ୍ଭ କଲା ସେତେବେଳେ ଜମିହରା ଗ୍ରାସବାସୀ ମାନେ ବାରଂବାର ବାଂଶପାଳ ତହସିଲଦାରଙ୍କ ଦ୍ଵାରସ୍ତ ହୋଇଥିଲେ । ହେଲେ ତହସିଲଦାର କୌଣସି ପଦକ୍ଷେପ ନେଲେ ନାହିଁ । ଏଣୁ ଏମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଚିଠି ସଂଖ୍ୟା ୮/୨୦୧୮ ୨୪.୪.୨୦୧୮ ରେ ଜମି ଚିହ୍ନଟ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରି ବସିଗଲେ । ଇତି ମଧ୍ୟରେ ଓଏମସି ତାର ପାଚେରୀ କାମ ସଂମ୍ପୂର୍ଣ୍ଣ କରି ଡ଼ମ୍ପିଙ୍ଗ ୟାର୍ଡ ଚାଲୁ ମଧ୍ୟ କରିଦେଲା । ହେଲେ ଆଜି ଯାଏ ଜମି ଚିହ୍ନଟ ହେଲା ନାହିଁ । ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦିନେ ସେହି ଗ୍ରାମକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଅଭିଯୋଗ ପାଇ ତହସିଲଦାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

Advertisment
Odisha Keonjhar OMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ