Advertisment

ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସକାଳୁ ସକାଳୁ ସ୍କୁଲ୍‌ ଛାଡ଼ିଲେ ଛାତ୍ରୀ

ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ।

Allegation Against Headmaster

Allegation Against Headmaster

Advertisment

ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ। କୋରାପୁଟ ଜିଲ୍ଲା ନାରାୟଣାପାଟଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। 

Advertisment

ପ୍ରଧାନଶିକ୍ଷକ ଆନନ୍ଦ ରାଓଙ୍କ ମନମାନିରେ ଅତିଷ୍ଠ ହୋଇ ୨୦ଜଣ ଛାତ୍ରୀ ବିଡିଓଙ୍କ ପାଖରେ ଫେରାଦ ହୋଇ ସମସ୍ୟା ଜଣାଇଛନ୍ତି। ଅଭିଯୋଗ ଅନୁସାରେ, ପ୍ରଧାନଶିକ୍ଷକ ଆନନ୍ଦ ରାଓ ଛାତ୍ରୀମାନଙ୍କୁ ଠିକ୍‌ ଭାବେ ବ୍ୟବହାର କରୁ ନାହାନ୍ତି। ଏହାସହ ନିମ୍ନମାନର ଖାଦ୍ୟ ଦିଆଯିବା ସହ ସ୍କୁଲ୍‌ରେ ଶିକ୍ଷକମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ସ୍କୁଲ୍‌ ଛାଡ଼ିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଆଜି ସକାଳୁ ସକାଳୁ ଛାତ୍ରୀମାନେ ସ୍କୁଲ୍‌ ଛାଡ଼ି ଚାଲି ଚାଲି ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ଅଭିଯୋଗ ଜଣାଇଥିଲେ। ସ୍ଥାନୀୟ ମଙ୍ଗଳ ଅଧିକାରୀ ଛାତ୍ରୀଙ୍କୁ ସ୍କୁଲ୍‌ରେ ଛାଡ଼ିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ, ଛାତ୍ରୀମାନେ ଆଣିଥିବା ଅଭିଯୋଗକୁ ପ୍ରଧାନଶିକ୍ଷକ ଖଣ୍ଡନ କରିଛନ୍ତି। ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି। 

Advertisment
Allegation Against Headmaster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ