Advertisment

ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

Allegation Against Bolangir Sadar Tehsildar

Allegation Against Bolangir Sadar Tehsildar

Advertisment

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆସିବା ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛି। ୨ ଜଣିଆ ଟିମ୍‌ ତଦନ୍ତ ‌ଆରମ୍ଭ କରିଛନ୍ତି। ଜମି ଠକେଇରେ କେଉଁମାନେ ସାମିଲ ଅଛନ୍ତି ପୋଲିସ ଏହାର ଛାନଭିନ କରୁଛି।

Advertisment

ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି। ଘଟଣାରେ ତହସିଲଦାରଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧାରା ୪୨୦ ସହ ଅନ୍ୟ ଧାରାରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି। ମୃତ ବ୍ୟକ୍ତିଙ୍କ ନାଁରେ ଭୂତ ମାଲିକାନା ଆଣି ଜମି ଗରିବ ଲୋକଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। 

ଜମି ହେରଫେରର ନେତୃତ୍ୱ ଖୋଦ୍ ବଲାଙ୍ଗିର ତହସିଲଦାର ନେଇଥିବା ଭଳି  ସଙ୍ଗୀନ ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ହର୍ଷ ଷାଣ୍ଡଙ୍କ ଜମିକୁ ଚଞ୍ଚକତା କରି ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗୋପବନ୍ଧୁ ନଗର ଲାଲଟିକ୍ରା ଗାଁର ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟି ଏହି ଜମି କିଣିଛନ୍ତି। ଠକେଇ ବିଷୟରେ ଜାଣିବା ପରେ ନ୍ୟାୟ ନପାଇ ଶେଷରେ ହର୍ଷଙ୍କ ପରିବାର ଥାନାର ଆଶ୍ରୟ ନେଇଥିଲେ। 

Advertisment
Tehsildar Land Dispute Bolangir Sadar Tehsildar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ